ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୫୦ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ରେପୋ ରେଟ୍ ବୃଦ୍ଧି କରିବାର ନିଷ୍ପତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଏହାପରେ ରେପୋ ରେଟ୍ ୪.୯ ପ୍ରତିଶତରୁ ବୃଦ୍ଧି ହୋଇ ୫.୪୦ ପ୍ରତିଶତ ହୋଇଛି । ଏନେଇ ଆରବିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।
ଆରବିଆଇର ତିନି ଦିନିଆ ଚାଲିଥିବା ମନିଟାରୀ ପଲିସି କମିଟି ବୈଠକ ପରେ ଏହି ନିଷ୍ପତିର ଘୋଷଣା କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଗତ ମେ ମାସରେ ହୋଇଥିବା ଏମପିସି ବୈଠକରେ ରେପୋ ରେଟ୍ କୁ ୫୦ ବେସିସ ପଏଣ୍ଟ ଯାଏଁ ବୃଦ୍ଧି କରାଇ ୪.୯୦ ପ୍ରତିଶତ କରାଯାଇଥିଲା ।