ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରୋପୋ ରେଟ୍ ବୃଦ୍ଧି କଲା ଆରବିଆଇ । ତିନିଦିନିଆ ଏମପିସି ବୈଠକ ପରେ ଆରବିଆଇ ଗଭର୍ଣ୍ଣର ରେପୋ ରେଟ୍ ବୃଦ୍ଧିର ଘୋଷଣା କରିଛନ୍ତି । ରେପୋ ରେଟ୍ ରେ ୦.୫୦ % ବୃଦ୍ଧିର ଘୋଷଣା କରିଛି ଆରବିଆଇ । ଏବେ ରେପୋ ରେଟ୍ ୫.୪ ପ୍ରତିଶତରୁ ବୃଦ୍ଧି ହୋଇ ୫.୯ ପ୍ରତିଶତ ହୋଇଯାଇଛି ।
ଏହାପୂର୍ବରୁ ଅଗଷ୍ଟ ମାସରେ ରେପୋ ରେଟ୍ ରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା ଆରବିଆ ।
ରେପୋ ରେଟ୍ ବୃଦ୍ଧି ହେତୁ ସମସ୍ତ ଋଣ ମହଙ୍ଗା ହେବ । ବାସ୍ତବରେ ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ଆରବିଆଇ ଅନ୍ୟ ବ୍ୟାଙ୍କମାନଙ୍କୁ ଋଣ ଯୋଗାଇଥାଏ । ଯଦି ଆରବିଆଇ ରେପୋ ହାର ହ୍ରାସ କରେ ତେବେ ବ୍ୟାଙ୍କଗୁଡ଼ିକ ସୁଧ ହାର ହ୍ରାସ କରିବେ ଏବଂ ଯଦି ଆରବିଆଇ ରେପୋ ହାର ବଢାଏ ତେବେ ବ୍ୟାଙ୍କଗୁଡ଼ିକ ସୁଧ ହାର ବୃଦ୍ଧି କରିବେ। ଏହାଦ୍ୱାରା ସାଧାରଣ ଲୋକଙ୍କ ପାଇଁ ଋଣ ମହଙ୍ଗା ହୋଇଯିବ ।