ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚଳିତ ବର୍ଷ ଠାରୁ ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ ସମଗ୍ର ଦେଶରେ CTS ବା ଚେକ୍ ଟ୍ରାନ୍ସାକସନ ସିଷ୍ଟମ ଲାଗୁ କରିବାକୁ ଯାଉଛି ।
CTS ଦ୍ୱାରା ଚେକ୍ ମାଧ୍ୟମରେ ଟଙ୍କା କାରବାର ଆହୁରି ସହଜ ଏବଂ କମ ସମୟରେ ହୋଇପାରିବ । ଏହି ସିଷ୍ଟମ ଦ୍ୱାରା ଚେକ୍ କ୍ଳିୟରାନ୍ସ ସୁରକ୍ଷିତ ହେବା ସହିତ ସହଜରେ ହୋଇପାରିବ ।
CTS ବର୍ତ୍ତମାନ ଭାରତର ବଡ ବଡ ସହରରେ ଲାଗୁ କରାଯାଇଛି । ଏହି ନୂଆ ବ୍ୟବସ୍ଥାରେ ଲୋକମାନେ ଆଉ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି । ଏହି ସିଷ୍ଟମଟି ଲୋକମାନଙ୍କ ପାଇଁ ଉପଯୋଗୀ ହେବା ସହିତ ଭରଷା ଯୋଗ୍ୟ ମଧ୍ୟ ହୋଇପାରିଛି ।
ତେବେ ଆସନ୍ତା ସେପ୍ଟେମ୍ବର ମାସରୁ ପୁରା ଦେଶରେ RBI ଦ୍ୱାରା CTS ଲାଗୁ ହେବାକୁ ଯାଉଛି ।