ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନଲାଇନ୍ ବ୍ୟାଙ୍କିଂ ସେବାକୁ ଆହୁରି ସୁରକ୍ଷିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ତାର ପ୍ରକ୍ରିୟାରେ ବଡ ପରିବର୍ତ୍ତନ କରିବାର ପ୍ରସ୍ତୁତି ଚଳାଇଛି । ଏନେଇ ଆରବିଆଇ ଏବଂ ଅର୍ଥମନ୍ତ୍ରାଳୟ ମଧ୍ୟରେ ଆଲୋଚନା ସରିଲାଣି । ରିପୋର୍ଟ ମୁତାବକ, ଅନଲାଇନ୍ ବ୍ୟାଙ୍କିଂରେ ୱାନ୍ ଟାଇପ୍ ପାସୱାଡ ଜରିଆରେ ଟ୍ରାଞ୍ଜାକ୍ସନ ପୁରା ହୋଇଥାଏ । ମାତ୍ର ଏହି ପ୍ରକ୍ରିୟା ଅନଲାଇନ୍ ବ୍ୟଙ୍କିଂର ଠକେଇ ଉପରେ ରୋଗ ଲଗାଇ ପାରିଲା ନାହିଁ । ସେଥିପାଇଁ ଟ୍ରାଞ୍ଜାକ୍ସନ ପୁରା କରିବା ପାଇଁ ଆରବିଆଇ ପକ୍ଷରୁ ଆହୁରି ଆନେକ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।
ଆରବିଆଇ ର ପ୍ରସ୍ତାବ ଅନୁସାରେ ଆଗକୁ ଟ୍ରାଞ୍ଜାକ୍ନସ ପାଇଁ ଫେସିଆଲ ରିକଗନିଶନ, ଆଇରିସ ଏବଂ ଲୋକେସନ ଭଳି ତଥ୍ୟ ମଗା ଯାଇପାରେ । ଏହାର ଅର୍ଥ ବ୍ୟାଙ୍କିଂ କରୁଥିବା ବ୍ୟକ୍ତିଙ୍କୁ ଏବେ ଟ୍ରାଞ୍ଜାକ୍ସନ ପୁରା କରିବା ପାଇଁ ନିଜ ଲୋକେସନ ବି କହିବାକୁ ପଡିବ । ରିଜର୍ଭ ବ୍ୟାଙ୍କକୁ ଅନଲାଇନ୍ ଠକେଇ ଉପରେ ରୋକ ଲଗାଇବା ପାଇଁ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନେ ବୈଠକରେ ଅପିଲ କରିଥିଲେ । ଯାହାପରେ ଏଭଳି ପ୍ରସ୍ତାବ ଉପରେ ବିଚାର କରିବା ଆରମ୍ଭ କରିଛି କେନ୍ଦ୍ରୀୟ ବ୍ୟାଙ୍କ ।
ଅନଲାଇନ୍ ବ୍ୟାଙ୍କିଂ ଅନୁଯାୟୀ ଟ୍ରାଞ୍ଜାକ୍ସନ ପୁରଣ କରିବା ପାଇଁ ବର୍ତ୍ତମାନ ଟୁ ଫ୍ୟାକ୍ଟର ଅଥଣ୍ଟିକେଶନ (୨ଏଫଏ) ର ବ୍ୟବହାର କରାଯାଉଛି । ସେହିପରି ଅନଲାଇନ୍ ପ୍ଲାଟଫର୍ମରେ ଡେବିଟ କାର୍ଡ ବା କ୍ରେଡିଟ କାର୍ଡ ରେ ଟ୍ରାଞ୍ଜାକ୍ସନ କରିବାରେ ଦୁଇଟି ସୁରକ୍ଷା ସ୍ଥର ବ୍ୟବହାର କରାଯାଉଛି, ଯାହାକୁ ୨ଏଫଏ କୁହାଯାଏ ।
ଆରବିଆଇ ମୁତାବକ, ଦେଶରେ ଡିଜିଟାଲ ବ୍ୟାଙ୍କିଂର ଅଗ୍ରାଧିକରଣ ହେଉଥିବା ବେଳେ ଅନଲାଇନ୍ ଠକେଇ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଦେଶରେ ଡିଜିଟାଲ ନେଣ ଦେଣ ବର୍ଷକୁ ୧୩ ପ୍ରତିଶତ ବୃଦ୍ଧି ହେଉଛି । ସେହିପରି ମୋବାଇଲ ୱାଲେଟରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।