ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ମୌଦ୍ରିକ ନୀତି ସମିତି (ଏମପିଏସ) ଦ୍ୱାରା ନୀତିଗତ ଦରକୁ ନେଇ କରାଯାଇଥିବା ନିଷ୍ପତିର ଘୋଷଣା କରିଛନ୍ତି । ଗତ ବୁଧବାର ଦିନ ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୌଦ୍ରିକ ନୀତି ସମିତି ର ଏକ ବୈଠକ ହୋଇଥିଲା । ଏହି ବୈଠକରେ ଅର୍ଥନୀତିର ବର୍ତ୍ତମାନ ସ୍ଥିତି, ଲିକ୍ୱିଡିଟିର ସ୍ଥିତିି, ଏବଂ ଅନ୍ୟ ପ୍ରସଙ୍ଗ ଉପରେ ବ୍ୟାପକ ଚର୍ଚ୍ଚା ହୋଇଥିଲା ।
ଆରବିଆଇର ଏମପିସି ବୈଠକରେ ରେପୋ ରେଟ୍, ରିଭର୍ସ ରେପୋ ରେଟ୍, ବ୍ୟାଙ୍କ ରେଟ୍ ଏବଂ ସିଆରଆର ଭଳି ପ୍ରମୁଖ ନୀତିଗତ ଦରର ସମୀକ୍ଷା କରାଯାଇଥାଏ ଏବଂ ତାହା ଉପରେ ନିଷ୍ପତି ନିଆଯାଇଥାଏ ।
ସେହିଅନୁଯାୟୀ ଏହି ଏମପିସି ବୈଠକ ତିନି, ଚାରି ଏବଂ ପାଞ୍ଚ ଫେବୃଆରୀରେ ହୋଇଥିଲା । ଏଥିରେ ସର୍ବସମ୍ମତି ଦ୍ୱାରା ନୀତିଗତ ଦର ରେପୋ ରେଟ୍ କୁ ୪ ପ୍ରତିଶତରେ ରଖିବା ପାଇଁ ନଷ୍ପତି ନିଆଗଲା । ଏହାସହିତ ରିଭର୍ସ ରେପୋ ରେଟ୍ କୁ ୩.୩୫ ପ୍ରତିଶତରେ ବଳବତ୍ତର ରଖାଯାଇଛି । ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।