ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି । ସେପଟେ ଆରବିଆଇର ମୌଦ୍ରିକ ନୀତି ସମିତିର ତିନି ଦିନିଆ ବୈଠକ ଆଜି ଶେଷ ହୋଇଛି । ଏହାସହିତ କରୋନା କାଳ ମଧ୍ୟରେ ଆରବିଆଇ ପକ୍ଷରୁ ଗ୍ରାହକଙ୍କୁ ବଡ ଝଟକା ଲାଗିଛି । କାରଣ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ । ମନିଟାରୀ ପଲିସ କମିଟି ପକ୍ଷରୁ ରେପୋ ରେଟ୍ କୁ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ୍ କୁ ୩.୩୫ ପ୍ରତିଶତରେ ବଳବତ୍ତର ରଖିଛନ୍ତି । ଏଠାରେ ରେପୋ ରେଟ୍ ପରିବର୍ତ୍ତନ ନହେବାର ଅର୍ଥ ହେଉଛି ଇଏମଆଇ ବା ଲୋନର ସୁଧ ଦର ଉପରେ ଆଶ୍ୱସ୍ତି ମିିଳିବ ନାହିଁ ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୌଦ୍ରିକ ନୀତି ସମିତି(ଏମଏସପି) ବୈଠକରେ ନିଷ୍ପତି ଘୋଷଣା କରି କହିଛନ୍ତି କି, ରେପୋ ରେଟ୍ କୁ ୪ ପ୍ରତିଶତ ବଳବତ୍ତର ରଖିବାକୁ ନଷ୍ପତି ନେଇଛି ଏମଏସପି । ଖାଦ୍ୟଶସ୍ୟ ଉତ୍ପାଦନ ହେବା ଦ୍ୱାରା ଦେଶରେ ନୂତନ ରେକର୍ଡ ହୋଇପାରେ ।
ସେ ଆହୁରି ମଧ୍ୟ କହିଛନ୍ତି କି,କରୋନା ବିରୋଧ ଲଢେଇରେ ଭାରତୀୟ ଅର୍ଥବ୍ୟବସ୍ଥା ନିର୍ଣ୍ଣାୟକ ଚରଣରେ ପ୍ରବେଶ କରୁଛି । ନିକଟରେ ଆସିଥିବା ଆର୍ଥିକ ସଂଖ୍ୟାରୁ ଭଲ ସଂକେତ ମିଳିଛି । ବୈଷୟିକ ଅର୍ଥବ୍ୟବସ୍ଥାରେ ରିକୋଭରିର ଦୃଢ ସଂକେତ ମିଳିଛି । ଅନେକ ଦେଶରେ ମ୍ୟାନୁଫ୍ୟାକଚରିଙ୍ଗ, ରିଟେଲ ବିକ୍ରିରେ ରେକୋଭରି ଦେଖିବାକୁ ମିଳିଛି । ଏହାସହିତ ଅନେକ ଦେଶରେ ସୁଧାର ମଧ୍ୟ ଦେଖିବାକୁ ମିଳୁଛି । ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ ଜିଡିପି ବୃଦ୍ଧିର ଆଶା ରହିଛି । ଏବେ ସମସ୍ତ ସେକ୍ଟରରେ ଗ୍ରୋଥ ଦେଖିବାକୁ ମିଳୁଛି ।