ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲ ପେମେଣ୍ଟ ସର୍ଭିସକୁ ମଜବୁତ କରିବା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରିବାକୁ ଯାଉଛି ଆରବିଆଇ । ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇ ପକ୍ଷରୁ କୁହାଯାଇଛି କି, ଚଳିତ ବର୍ଷ ସେପ୍ଟମ୍ବର ମାସ ସୁଧା ପୁରା ଦେଶରେ ସେଣ୍ଟ୍ରାଲାଇଜ୍ଡ ହେଲ୍ପଲାଇନ ଅଣାଯିବ । ଯାହାଫଳରେ ଗ୍ରାହକ ବିଭିନ୍ନ ଡିଜିଟାଲ ପେମେଣ୍ଟ ପ୍ରଡକ୍ଟର ତଥ୍ୟ ନେଇପାରିବେ ଏବଂ ଅଭିଯୋଗ ଦାଖଲ କରିପାରିବେ ।
ୱନ୍ ନେସନ, ୱନ ଓମ୍ବୁଡସମ୍ୟାନ୍ ଯୋଜନା ଅନୁଯାୟୀ ଏହି ହେଲ୍ପଲାଇନରେ ଡିଜିଟାଲ ପେମେଣ୍ଟ କରିବାକୁ ଥିବା ଗ୍ରାହକ ତାଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ । ଯଦି ଡିଜିଟାଲ ପେମେଣ୍ଟ ,ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ସହ ଜଡିତ କିଛି ଅଭିଯୋଗ ରହିଥିବ ତେବେ ସେଥିପାଇଁ ଆପଣ ଏହି ଗୋଟେ ନଂ ରେ ଅଭିଯୋଗ କରିପାରିବେ । ଏନେଇ ଆରବିଆଇ ପକ୍ଷରୁ ଘୋଷଣା କରାଯାଇଛି ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରିଛନ୍ତି, ବର୍ତ୍ତମାନ ବ୍ୟାକିଂଙ୍ଗ, ନନ-ବ୍ୟାକିଂଙ୍ଗ ଫାଇନାନ୍ସ କମ୍ପାନୀ ଏବଂ ଡିଜିଟାଲ ନେଣ ଦେଣ ପାଇଁ ଅଲଗା ଅଲଗା ଉପଭୋକ୍ତା ଅଭିଯୋଗ ନିବାରଣ ପ୍ରଣାଳୀ କାମ କରୁଛି । କିନ୍ତୁ ନୂତନ ପ୍ରଣାଳୀରେ ଏହି ତିନୋଟି ପ୍ରଣାଳୀକୁ ଏକାସଙ୍ଗେ କରିବାର ନିଷ୍ପତି କରାଯାଇଛି । ଏବେ ଏହାକୁ ମିଶାଇ ୱନ ନେସନ, ୱନ ଓମ୍ବୁଡସମ୍ୟାନ ବ୍ୟବସ୍ଥା ଲାଗୁ କରାଯିବ ।