ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଫଡି ସହ ଜଡିତ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହି ପରିବର୍ତ୍ତନ ପରେ, ଯଦି ଆପଣ ଏଫଡି ସମାପ୍ତି ସମୟରେ ଆପଣଙ୍କର ରାଶି ପାଇଁ କ୍ଲେମ କରବେ ନାହିଁ, ତେବେ ଆପଣ କମ୍ ସୁଧ ପାଇବେ । ସଞ୍ଚୟ ଆକାଉଣ୍ଟରେ ମିଳୁଥିବା ସୁଧ ସହ ସମାନ ହେବ ଏହି ସୁଧ ।
ସର୍କୁଲାର ଜାରି କରି ଆରବିଆଇ କହିଛି , ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଯଦି ଫିକ୍ସଡ ଡିପୋଜିଟ ମ୍ୟାଚୁରିଟି ହୋଇଯାଏ ଏବଂ ରାଶି ପେମେଣ୍ଟ ହୋଇନଥାଏ ଏବଂ ଏଥିପାଇଁ ବ୍ୟାଙ୍କରେ କ୍ଲେମ ହୋଇନଥାଏ, ତେବେ ସଞ୍ଚୟ ଆକାଉଣ୍ଟରେ ସୁଧ ହାର ଦେୟ ପ୍ରଦାନ କରାଯିବ।
ଫିକ୍ସଡ୍ ଡିପୋଜିଟ୍ ହେଉଛି ଏକ ଜମା ଯାହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ବ୍ୟାଙ୍କଗୁଡିକରେ ଏକ ସୁଧରେ ରଖାଯାଏ ।
ସମସ୍ତ ବାଣିଜ୍ୟିକ ବ୍ୟାଙ୍କ, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ସ୍ଥାନୀୟ ଆଞ୍ଚଳିକ ବ୍ୟାଙ୍କରେ ଜମା ପାଇଁ ଏହି ନୂତନ ନିୟମ ପ୍ରଯୁଜ୍ୟ ହେବ।