ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହରିରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କ ପୁଣି ଥରେ ସରକାରଙ୍କ ପାଇଁ ସଙ୍କଟମୋଚନ ହୋଇଛି । ଶୁକ୍ରବାର ରିର୍ଜଭ ବ୍ୟାଙ୍କ ବୋର୍ଡ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ୯୯,୧୨୨ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଯୋଗାଇବାକୁ କହିଛି । ଏହି ପାଣ୍ଠି ହେଉଛି ୨୦୨୦ ମସିହା ଜୁଲାଇ ମାସରୁ ୨୦୨୧ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ୯ ମାସ ମଧ୍ୟରେ ଆୟ କରାଯାଇଥିବା ଅତିରିକ୍ତ ରାଶି ।
ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବୋର୍ଡ ଅଫ୍ ଡାୟରେକଟର୍ସ ଭର୍ଚୁଆଲ ମିଟିଙ୍ଗ ଜରିଆରେ ଦେଶର ଆର୍ଥିକ ସ୍ଥିତି , ବୈଷୟିକ ଚାପ ଏବଂ ଘରୋଇ ସମସ୍ୟାର ସମୀକ୍ଷା କରିଥିଲେ । ସେହି ଅନୁଯାୟୀ ଗତ ନଅ ମାସର ହିସାବ ଅବଧି ପାଇଁ ସରକାରଙ୍କୁ ଅତିରିକ୍ତ ରାଶି ଭାବରେ ୯୯,୧୨୨ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି।
ବୋର୍ଡ ଏହା ମଧ୍ୟ ସ୍ଥିର କରିଛି ଯେ ରିଜର୍ଭ ବ୍ୟାଙ୍କରେ ଜରୁରୀକାଳୀନ ବିପଦ ବଫର୍ ୫.୫୦ ପ୍ରତିଶତରୁ ଅଧିକ ରଖାଯିବ।