ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଶନିବାର ଜାରି ସଂଶୋଧିତ ଚିକିତ୍ସକୀୟ ପ୍ରୋଟୋକଲ ଅନୁସାରେ ସୁଙ୍ଘିବାର କ୍ଷମତା କମ ରହିବା ଏବଂ ସ୍ୱାଦ ନବାରି ପାରିବା କୋଭିଡ୧୯ର ଲକ୍ଷଣରେ ସାମିଲ କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି ବିଭିନ୍ନ କୋଭିଡ୧୯ ଉପଚାର କେନ୍ଦ୍ରକୁ ଆସୁଥିବା କରୋନା ଭାଇରସ ସଂକ୍ରମିତ ଲୋକଙ୍କର ଜ୍ୱର, ଥଣ୍ଡା, କାଶ, ଥକାପଣ, ନିଶ୍ୱାସ ନେବାରେ ଅସୁବିଧା, ମାସଂପେଶୀ ଦରଜ, ଗଳା ଦରଜ, ଆଦିା ଅଭିଯୋଗ ରହିଛି । ସେହିପରି ନିଶ୍ୱାସ ସମ୍ବନ୍ଧୀୟ ଅସୁବିଧା ଆରମ୍ଭ ହେବା ପୂର୍ବରୁ ଗନ୍ଧ ଏବଂ ସ୍ୱାଦ ନବାରି ପାରିବା ଭଳି ଲକ୍ଷଣ ଅଭିଯୋଗ ବି ଆସୁଛି ।
ବରିଷ୍ଠ ନାଗରିକ, ରୋଗ ପ୍ରତିରୋଧକ କ୍ଷମତା କମ ଥିବା ଲୋକଙ୍କଠାରେ ଥକାପଣ, ଭୋକ ନଲାଗିବା, ଅଚେତ ହୋଇଯିବା, ଜ୍ୱର ନ ହେବା ଭଳି ଅଲଗା ଲକ୍ଷଣ ଭଳି ହୋଇପାରେ । ବୟସ୍କଙ୍କ ଭଳି ଛୋଟ ପିଲାଙ୍କ କ୍ଷେତ୍ରରେ ଜ୍ୱର ଏବଂ ଖାସ ଲକ୍ଷଣ ପରିଲିକ୍ଷିତ ହେଉ ନାହିଁ । ଆମେରିକାର ରାଷ୍ଟ୍ରୀୟ ଜନସ୍ୱାସ୍ଥ୍ୟ ସଂସ୍ଥାନ, ରୋଗ ନିୟନ୍ତ୍ରଣ ଏବଂ ରୋକିବା କେନ୍ଦ୍ର ମେ ମାସ ପ୍ରଥମରୁ ସ୍ୱାଦ ଏବଂ ଗନ୍ଧ ନବାରିବାକୁ କୋଭିଡ୧୯ ମହାମାରୀର ଲକ୍ଷଣରେ ସାମିଲ କରିଥିଲା ।
ମହାମାରୀର ସଂକେତ ଏବଂ ଲକ୍ଷଣ ଉପରେ ଏକିକୃତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ ଏବଂ ଏକିକୃତ ରୋଗ ତଦାରଖ କାର୍ଯ୍ୟକ୍ରମରେ ଜୁନ୍ ୧୧ ପର୍ଯ୍ୟନ୍ତ ସଂଖ୍ୟା ମୁତାବକ, ୨୭ ପ୍ରତିଶତ ମାମଲାରେ ଜ୍ୱର, ୨୧ ପ୍ରତିଶତ ମାମଲାରେ ଖାସ, ୧୦ ପ୍ରତିଶତ ମାମଲାରେ ଗଳା ସମସ୍ୟା, ୮ ପ୍ରତିଶତ ମାମଲାରେ ନିଶ୍ୱାସ ନେବାରେ ସମସ୍ୟା,୭ ପ୍ରତିଶତ ମାମଲାରେ ଦୁର୍ବଳ ଲାଗିବା, ୩ ପ୍ରତିଶତ ମାମଲାରେ ନାକରୁ ବୋହିବା ଏବଂ ୨୪ ପ୍ରତିଶତ ମାମଲେରେ ଅନ୍ୟ ଅଭିଯୋଗ ରହିଛି ।