ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରେଲୱେ ପକ୍ଷରୁ ସମସ୍ତ ନିୟମିତ ଟ୍ରେନ୍ ପାଇଁ ଏପ୍ରିଲ ୧୪ ଯାଏଁ ବୁକ୍ କରାଯାଇଥିବା ସମସ୍ତ ଟିକେଟର ସମ୍ପୂର୍ଣ୍ଣ ବୁକିଂ ରାଶି ଫେରାଇ ଦିଆଯିବ । ଏହାସହିତ ରେଲୱେ ସଂକେତ ଦେଇଛି କି ଅଗଷ୍ଟ ପୂର୍ବରୁ ନିୟମିତ ଯାତ୍ରୀ ଟ୍ରେନ୍ ସେବା ପୁର୍ନବାର ଆରମ୍ଭ କରାଯିବ ନାହିଁ । ବର୍ତ୍ତମାନ କେବଳ ୨୩୦ ଟି ସ୍ପେଶାଲ ଟ୍ରେନ୍ ଚାଲିଛି ।
ରେଳ ମନ୍ତ୍ରାଳୟ ପକ୍ଷରୁ ସୋମବାର ସମସ୍ତ ଜୋନ୍ କୁ ଏକ ସର୍କୁଲାର ଜାରି କରାଯାଇ ୧୪ ଏପ୍ରିଲ ପର୍ଯ୍ୟନ୍ତ ବୁକ୍ କରାଯାଇଥିବା ସମସ୍ତ ଟିକଟକୁ ରଦ୍ଦ କରିବା ଏବଂ ଟିକେଟ ର ସମ୍ପୂର୍ଣ୍ଣ ରିଫଣ୍ଡ କରିବାର ସୂଚନା ଦିଆଯାଇଛି । ୧୨୦ ଦିନ ପାଇଁ ଟିକେଟର ଅଗ୍ରିମ ବୁକିଂ ପାଇଁ ଅନୁମତି ଦେଇଥିଲା ରେଲୱେ । ବର୍ତ୍ତମାନର ନିୟମାନୁସାରେ ଯାତ୍ରୀଙ୍କୁ ଟିକେଟ ରଦ୍ଦ କରିବାର ଆବଶ୍ୟକତା ନାହିଁ, ଯଦି ରେଲୱେ ଟ୍ରେନ୍ କୁ ରଦ୍ଦ କରୁଛି ତେବେ ଅଟୋମେଟିକ ରିଟର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ ରୁ ରେଲୱେର ନିୟମିତ ଟ୍ରେନ୍ ବନ୍ଦ ରହିଥିଲା । କିନ୍ତୁ ମେ ୧୨ ରୁ କିିଛି ସ୍ପେଶାଲ ଗଡିବା ଆରମ୍ଭ ହୋଇଥିବା ବେଳେ ଜୁନ୍ ୧ ରୁ ୨୦୦ ରୁ ଅଧିକ ସ୍ପେଶାଲ ଟ୍ରେନ୍ ଗଡିବ ଆରମ୍ଭ ହୋଇଛି । ମାତ୍ର ରେଲୱର କୌଣସି ନିୟମିତ ଟ୍ରେନ୍ ସେବା ଆରମ୍ଭ ହୋଇ ନାହିଁ ।