ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଭାରତରେ ୮୩ ଜଣ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ଅଛନ୍ତି । ତେବେ ଭାରତରେ କରୋନା ଭାଇରସ ଦ୍ୱାରା ୨ ଜଣଙ୍କ ମୃତ୍ୟୁ ହୋଇଛି ।
ସେମାନଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା ପାଇଁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଭାରତରେ କର୍ଣ୍ଣାଟକରେ ପ୍ରଥମେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତୁ ବରଣ କରିଥିଲେ । ଗତକାଲି ଦିଲ୍ଲୀରେ ଜଣେ ୬୮ ବର୍ଷୀୟ ମହିଳା କରୋନା ରୋଗରେ ଚିକିତ୍ସିତ ଅବସ୍ଥାରେ ମୃତୁ ବରଣ କରିଛନ୍ତି ।