ଜମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ) : ଜାମ୍ମୁକାଶ୍ମୀରରେ ୩୭୦ ଉଚ୍ଛେଦ ହେବା ପରେ ଆଜି ପ୍ରଥମ ଥର ପାଇଁ ଏଠାରେ ଇଦ ପାଳିତ ହେଉଛି । ଏହି ଅବସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିଭଳି ଆଜି ଇଦ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଧାରା ୧୪୪ କୁ ଆଜି କୋହଳ କରାଯାଇଛି । ସେହିଭଳି ଆଜି ମସଜିତରେ ନମାଜ ପଢିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ୩୭୦ ଉଚ୍ଛେଦ ହେବା ପରେ ଆଜି ପ୍ରଥମ ଥର ପାଇଁ ଏକତ୍ର ନମାଜ ପାଠ କରାଯିବ ।
ସେହିଭଳି ବକ୍ରିତ ପାଇଁ ୨ ଲକ୍ଷ ୫୦ ହଜାର ଛେଳି ସଂଗ୍ରହ କରାଯାଇଛି । ପ୍ରଶାସନ ସାଧାରଣ ଲୋକଙ୍କ ପାଇଁ ୩୦୦ ଟି ସ୍ୱତନ୍ତ୍ର ଟେଲିଫୋନ ବୁଥ ବ୍ୟବସ୍ଥା କରାଯାଇଛି । ସେହିଭଳି ଜମ୍ମୁକାଶ୍ମୀରରେ ଛୁଟି ଦିନରେ ମଧ୍ୟ ବ୍ୟାଙ୍କ ଖୋଲା ରଖିବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । କାଶ୍ମୀରରେ ୩,୬୯୭ ରୁ ୩୫୫୭ ରାସନ ଷ୍ଟୋରକୁ ମଧ୍ୟ ଖୋଲା ରଖା ଯାଇଛି ।
ସେହିଭଳି ମୋବାଇଲ ଭ୍ୟାନ ମାଧ୍ୟରେ ପ୍ରଶାସନ ପକ୍ଷରୁ ପରିା, ଗ୍ୟାସ, ଚିକେନ ଏବଂ ଅଣ୍ଡା ଲୋକଙ୍କ ଘରେ ଘରେ ପହଞ୍ଚା ଯାଉଛି । ସାଧାରଣ ଲୋକଙ୍କ ଅସୁବିଧାକୁ ଦୂର କରିବା ପାଇଁ ବ୍ୟାଙ୍କ ଏବଂ ଏଟିଏମ ଖୋଲା ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାଧାରଣ ଲୋକଙ୍କୁ ଯେଉଁଭଳି କୌଣସି ଅସୁବିଧା ନ ହେବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।