ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ପାକିସ୍ତାନରେ ପଶି ଏୟାର ଷ୍ଟ୍ରାଇକ୍ କରିବା ଏବଂ ପାକିସ୍ତାନୀ ଯୁଦ୍ଧ ବିମାନକୁ ତଡିବାକୁ ନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ଆଜି ରାଫେଲ ଯୁଦ୍ଧ ବିମାନର ଅଭାବ ଅନୁଭବ ହେଉଛି । ଯଦି ଆମ ପାଖରେ ରାଫେଲ ବିମାନ ଥାନ୍ତା ତେବେ ଏହାର ପରିଣାମ କିଛି ଭିନ୍ନ ହୋଇଥାନ୍ତା । ରାଫେଲକୁ ନେଇ ପ୍ରଥମେ ସ୍ୱାର୍ଥ ନିତୀ ଏବଂ ଏବେ ରାଜନୀତି ଯୋଗୁଁ ଦେଶର ବହୁତ କ୍ଷତି ହେଉଛି ।
ପ୍ରଧାନମନ୍ତ୍ରୀ ଏକ ମିଡିଆ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି କି ଆଜିର ଭାରତ ବଦଳି ଯାଇଛି । ଏହା ନୂତନ ରୀତି ଏବଂ ନୀତିକୁ ନେଇ ଚାଲୁଛି । ଏବେ ଭାରତ ସମ୍ପୂର୍ଣ୍ଣ ନିର୍ଭିକ । ଏବେ ଆମକୁ କେହି ବି ଆଖି ଦେଖାଇ ପାରିବେ ନାହିଁ । ଯେତେବେଳେ ଆତଙ୍କୀ ବିରୋଧରେ ସାରା ଦେଶ ଆମକୁ ସାଥ୍ ଦେଉଛି, ସେହି ସମୟରେ କିଛି ଦଳ ଆମ ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହି ସମସ୍ତ ଲୋକ ବିରୋଧ ଏବଂ ଅଲୋଚନା କରିବା ପାଇଁ ସ୍ୱତନ୍ତ୍ର , କିନ୍ତୁ ମୋଦି ବିରୋଧରେ ଏହି ଲୋକ ଏତେ ମାତ୍ରାରେ ଆଗକୁ ବଢି ଯାଇଛନ୍ତି ଯେ ସେ ଦେଶ ବିରୋଧରେ ବି ଆଗେଇ ଆସିଛନ୍ତି । ଏମାନଙ୍କ ବୟାନକୁ ଦୃଷ୍ଟିରେ ରଖି ଆତଙ୍କବାଦୀକୁ ସହଯୋଗ କରୁଛି ପାକିସ୍ତାନ ।
ପାକିସ୍ତାନରେ ପଶି ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିବାକୁ ନେଇ ମୋଦି କହିଛନ୍ତି ଯେ ଯଦି ଆମ ଯବାନଙ୍କ ପରାକ୍ରମର ଭୟ ଶତ୍ରୁଙ୍କ ଭିତରେ ରହିଛି, ତେବେ ଏହି ଭୟ ରହିବା ଭଲ । ଏହାସହିତ ପ୍ରଧାନମନ୍ତ୍ରୀ ଅଗସ୍ତା ବେଷ୍ଟଲ୍ୟାଣ୍ଡ ମାମଲରେ ଅଭିଯୁକ୍ତ କ୍ରିଶ୍ଚିୟନ ମିଶେଲଙ୍କୁ ଦେଶକୁ ଆଣି ପଚରାଉଚରାର ଉଲ୍ଲେଖ କରି ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ବର୍ଷ ୨୦୧୪ ଲୋକସଭା ନିର୍ବାଚନୀ ପରେ ଯେତେବେଳେ ସେ ଦିଲ୍ଲୀ ଆସିଲେ ତାଙ୍କୁ ଅନେକ କଥା ଜଣା ନଥିଲା । ଏହା ଗୋଟେ ପ୍ରକାର ତାଙ୍କ ପାଇଁ ବରଦାନ ପ୍ରମାଣିତ ହୋଇଛି । କାରଣ ସେହି ସମୟରେ ରାଜନୈତିକ ଗଳି କନ୍ଦିରେ ଚର୍ଚ୍ଚା ହେଉଥିଲା କି ଦୁନିଆରେ କ’ଣ ଚାଳିଛି, ବିିଦେଶୀ ନୀତି କଣ , ଏ ସବୁ କିଛି ରେ ମୋଦି ଅଜଣା ଅଛନ୍ତି । କିନ୍ତୁ ଏବେକାର ଘଟଣାରୁ ସ୍ପଷ୍ଟ ଜାଣି ହେଉଛି କି ଦେଶ ଏବଂ ବିଦେଶ ନିତୀରେ ଆଜିର ପ୍ରଭାବ କ’ଣ ।