ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମରୀ ପୁଲୱାମାରେ ନିକଟରେ ସିଆରପିଏଫ ଯବାନଙ୍କ ବସ୍ ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ମର୍ମାହତ ହୋଇପଡିଛି । ଏହି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଯବାନ ସହୀଦ ହେବା ସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ଏହାବ୍ୟତିତ ଗତ ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ଲୁଚି ରହିଥିବାର ସୂଚନା ପାଇ ଯବାନମାନେ ସେମାନଙ୍କ ସିବିରକୁ ଘେରାଉ କରିଥିଲେ । ମାତ୍ର ଯବାନମାନେ ଘେରାଉ କରିଥିବାର ଜାଣିପାରି ଆତଙ୍କବାଦୀମାନେ ଗୁଳି ବିନିମୟ କରିଥିଲେ । ଫଳରେ ଏଥିରେ ଆହୁରୀ ୪ ଜଣ ଯବାନ ପ୍ରାଣ ହାରିଥିଲେ । ଏହି ମାମଲାକୁ ଦୃଷ୍ଟିରେ ରଖି ସେନାବହିନୀ ପକ୍ଷରୁ ଏକ ବୈଠକ କରାଯାଇଥିଲା । ଏହି ଆଲୋଚନାରେ ସେନା ଅଧିକାରୀ ଚିନାରା କାମ୍ପସ କମାଣ୍ଡର କଂମଲଜିତ୍ ସିଂହ କହିଛନ୍ତି କି ଆତଙ୍କବାନୀ ହମଲାର ୧୦୦ ଘଣ୍ଟା ମଧ୍ୟରେ ଦୋଷୀକୁ ତାର ଦଣ୍ଡ ଦିଆଯାଇଛି । ଏଥିରେ ତିନି ଜଣ ଆତଙ୍କବାଦୀ ନିହତ ମଧ୍ୟ ହୋଇଛନ୍ତି ।
ଏହି କନଫରେନ୍ସରେ ସିଆରପିଏଫର ଆଇଜି କହିଛନ୍ତି କି, ଏହି ଆତଙ୍କି ହମଲା ହେବା ପରେ ଆମ ହେଲ୍ପଲାଇନ୍ ୧୪୪୧୧ ନମ୍ବର ସାରା ଦେଶରେ କାଶ୍ମୀର ବାସୀଙ୍କ ସହାୟତା କରୁଛି । ଏହି ମାମଲାରେ ଅନେକ କାଶ୍ମୀର ଛାତ୍ର ଛାତ୍ରୀ ସାହାର୍ଯ୍ୟ ମାଗିଛନ୍ତି ।
ଏହି ପ୍ରେସ କନଫରେନ୍ସରେ ଭାରତୀୟ ସେନାର ଲେଫ୍ଟିନାଣ୍ଟ ଜେନେରାଲ କଶ୍ମୀରର ନୂତନ ଯବାନମାନଙ୍କ ମା’ଙ୍କୁ ତାଙ୍କ ପୁଅ ବନ୍ଧୁକ ରାସ୍ତା ଛାଡିବାକୁ ଅପିଲ କରିଛନ୍ତି ।
ଏହାସହିତ ସେନା ଅଧିକାରୀ ଜମ୍ମୁ-କଶ୍ମୀର ଥିବା ଯବାନମାନଙ୍କୁ ସରେଣ୍ଡର କରି ମୁଖ୍ୟ ଧାରା ରେ ସାମିଲ ହେବାକୁ ଅପିଲ କରିଛନ୍ତି । ଯେଉଁ ମା ମାନେ ନିଜ ଛୁଆଙ୍କୁ ହରାଇଛନ୍ତି ସେମାନଙ୍କର ଦାୟିତ୍ୱ ହେଉଛି ତାଙ୍କୁ ବୁଝାଇ ସୁଝାଇ ଆତ୍ମସମର୍ପଣ କରାନ୍ତୁ । ସେଥିପାଇଁ ସରକାରଙ୍କ ପଲିସ ମଧ୍ୟ ରହିଛି ।