ମୁମ୍ବାଇ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ର୍ରର ଜଳଙ୍ଗା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୋଟେ ଏସୟୁଭି କାରକୁ ଏକ ଡମ୍ଫର ଧକ୍କା ଦେବାରୁ ଘଟଣା ସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ରାତି ୧୧ ଟା ବେଳେ ଏହି ଅଘଟଣ ଘଟିଛି । ନାଲୁ ଚୈଧୁରୀ ନାମକ ଜଣଙ୍କ ପରିବାର ଏକ ଏସୟୁଭି ଗାଡିରେ ଜଣେ ସମ୍ପର୍କୀୟଙ୍କ ବିବାହ ଘରେ ଯୋଗଦେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା ।
ଚୋପଡା ଏବଂ ଫୌଜପୁର ରାସ୍ତାରେ ସେମାନେ ଆସୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଡମ୍ଫର ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଏନେଇ ଖବର ପାଇ ସ୍ଥାନୀୟ ଥାନାର ପୋଲିସ ଏବଂ ଦମକଳ ବାହୀନି ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡମ୍ପର ଡ୍ରାଇଭରଙ୍କ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।