ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଦେଶରେ କେବଳ ଚାଲିବ ବ୍ରାଣ୍ଡେଡ ହେଲମେଟ । ଆଜ୍ଞା ହଁ ଆଗାମୀ ବର୍ଷ ତଥା ୨୦୨୧ ରେ କେବଳ ବ୍ରାଣ୍ଡେଡ ହେଲମେଟ୍ ବିକ୍ରି ହେବ । ଏହି ନିୟମ ଲାଗୁ ହେବା ପରେ ଖରାପ କ୍ୱାଲିଟିର ଲୋକାଲ ହେଲମେଟ ବିକ୍ରି କରିବା ଅପରାଧ ମନା ଯିବ । ଏହାବ୍ୟତିତ ଲୋକାଲ ହେଲମେଟର ପ୍ରଡକ୍ସନ ବି ବେଆଇନ ହୋଇଯିବ । କେନ୍ଦ୍ରସରକାର ପକ୍ଷରୁ ମଜବୁତ, ହାଲୁକା ଏବଂ ଭଲଗୁଣବତ୍ତା ବିଶିଷ୍ଟ ବ୍ରାଣ୍ଡେଡ ହେଲମେଟ ବିକ୍ରି ପାଇଁ ନୂତନ ଆଇନ ଲାଗୁ କରାଯାଇଛି । ଯାହା ଆଗାମୀ ବର୍ଷ ଜୁନ୍ ମାସରୁ ଲାଗୁ କରାଯିବ । ଏନେଇ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି । ଏହି ନୂତନ ଆଇନରେ ଲୋକାଲ ବା ନକଲି ହେଲମେଟ ଉତ୍ପାଦନ ଏବଂ ବିକ୍ରି ଉପରେ ଜରିମାନା ଲାଗୁ କରାଯିବା ସହ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବାରେ ।
ସରକାରଙ୍କ ତରଫରୁ ଲାଗୁ ନୂତନ ନିୟମରେ ପ୍ରଥମ ଥର ହେଲମେଟକୁ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ) ତାଲିକାରେ ସାମିଲ କରାଯାଇଛି । ସାଧାରଣରେ କହିବାକୁ ଗଲେ ଏଣିକି ହେଲମେଟ ତିଆରି କରୁଥିବା କମ୍ପାନୀ ଗୁଡିକ ବଜାରରେ ବିକ୍ରି କରିବା ପୂର୍ବରୁ ହେଲମେଟକୁୁ ବିଏସଆଇ ଦ୍ୱାରା ପ୍ରମାଣିତ କରିବା ବାଧ୍ୟତାମୂଳକ ।
ଦେଶରେ ପ୍ରତ୍ୟେକ ଦିନ ହେଲମେଟ ନପିନ୍ଧିବା ଦ୍ୱାରା ୧୧୯ ଲୋକଙ୍କର ମୃତ୍ୟୁ ହେଉଛି । ହେଲମେଟ ନପିନ୍ଧିବା ଯୋଗୁଁ ପ୍ରତି ଘଣ୍ଟାରେ ୫ ଜଣ ଲୋକ ସଡକ ଦୁର୍ଘଟଣାରେ ଜୀବନ ହରାଉଛନ୍ତି । ୨୦୧୭ ମସିହାର ହେଲମେଟ ନପିନ୍ଧିବା ଦ୍ୱାରା ୩୫,୯୭୫ ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେହିପରି ୨୦୧୮ ରେ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ହୋଇ ୪୩ ହଜାର ପାର ହୋଇଛି ।
ସଡକ ଦୁର୍ଘଟଣାରେ ହେଉଥିବା ମୃତ୍ୟୁର ବଡ କାରଣ ହେଉଛି ନକଲି ହେଲମେଟ । ବିଶେଷଜ୍ଞଙ୍କ କହିବାନୁଯାୟୀ ଲୋକାଲ ହେଲମେଟ ର ବ୍ୟବହାର ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ । ଏହାକୁ ନେଇ ନୂତନ ନିୟମ ଆଣୁଛନ୍ତି କେନ୍ଦ୍ରସରକାର ।