ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ ସଫଳ ଲ୍ୟାଣ୍ଡିଂ କରିବା ପରେ ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରି ସୁରକ୍ଷିତ ଭାବେ ବିଚରଣ କରୁଛି । ଏବେ ଚନ୍ଦ୍ରର ନୂତନ ଫଟୋ ପଠାଇବା ଆରମ୍ଭ କରିଛି ପ୍ରଜ୍ଞାନ । ଏବେ ଲ୍ୟାଣ୍ଡର ଏବଂ ରୋଭର ଉଭୟ ଚନ୍ଦ୍ର ଉପରେ ଗବେଷଣାତ୍ମକ ତଥ୍ୟ ପଠାଇବେ । ଚନ୍ଦ୍ରପୃଷ୍ଠରେ ୧୪ ଦିନ ନିରୀକ୍ଷଣ କରିବ ପ୍ରଜ୍ଞାନ । ସୌର ଆଲୋକରେ ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବ ।
ସୂଚନାଯୋଗ୍ୟ, ଗତକାଲି ନିର୍ଦ୍ଧାରିତ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ କରିଥିଲା ସଫ୍ଟଲ୍ୟାଣ୍ଡିଂ । ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାରେ ବି ଭାରତ ହୋଇଛି ବିଶ୍ବରେ ପ୍ରଥମ ।