ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଶନିବାର ମଧ୍ୟ ରାତ୍ରୀରୁ ରବିବାର ଦିନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ ଆରଟିଜିଏସ (ରିୟଲ ଟାଇମ ଗ୍ରସ ସେଟେଲମେଣ୍ଟ) ସେବା । ଅର୍ଥାତ ୧୪ ଘଣ୍ଟା ଆରଟିଜିଏସ ସେବା ବନ୍ଦ ରହିବ । ଅବଶ୍ୟ ପୂର୍ବଭଳି ଏନଇଏଫଟି (ନେସନାଲ ଇଲେକ୍ଟ୍ରନିକ ଫଣ୍ଡ ଟ୍ରାନ୍ସଫର) ସେବା ଜାରି ରହିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି । ବିପର୍ଯ୍ୟୟ ପୁର୍ନଦ୍ଧାର ସମୟକୁ ଆହୁରୀ ଉନ୍ନତ କରିବା ପାଇଁ ଯାନ୍ତ୍ରିକ କୌଶଳ ରୂପେ ଏହି ସେବା ଉପଲବ୍ଧ ହେବ ନାହିଁ ।
ଆରବିଆଇ ଏକ ବୟାନରେ କହିଛି କି, ଆରଟିଜିଏସ ସେବା ଏପ୍ରିଲ ୧୮ ଶନିବାର ମଧ୍ୟରାତ୍ରିରୁ ରବିବାର ଦିନ ୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ । ଏପ୍ରିଲ ୧୭ରେ କାର୍ଯ୍ୟ ଶେଷ ହେବା ପରେ ଆରଟିଜିଏସ ସିଷ୍ଟମ କ୍ଷମତାକୁ ଉନ୍ନତ କରିବା ଏବଂ ବିପର୍ଯ୍ୟୟ ପୁର୍ନଦ୍ଧାର ସମୟକୁ ଆହୁରୀ ଉନ୍ନତ କରିବା ପାଇଁ ଯାନ୍ତ୍ରିକ ରୂପେ ଉନ୍ନତ କରାଯିବ ।