ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲ ପେମେଣ୍ଟ କମ୍ପାନୀ ପାଇଁ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏନଇଏଫଟି ଏବଂ ଆରଟିଜିଏସ ସୁବିଧାର ବିସ୍ତାର କରାଯାଇଛି । ପ୍ରେସକନଫରେନ୍ସ ଜରିଆରେ ଆରବିଆଇ ଗଭଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି, ଫିନଟେକ ଏବଂ ପେମେଣ୍ଟ କମ୍ପାନୀ ଗୁଡିକ ମଧ୍ୟ ଏନଇଏଫଟି ଏବଂ ଆରଟିଜିଏସ ଜରିଆରେ ଟଙ୍କା ଟ୍ରାନ୍ସଫର କରିପାରିବେ । ଏପର୍ଯ୍ୟନ୍ତ କେବଳ ବ୍ୟାଙ୍କ ଗୁଡିକରେ ହିଁ ଏନଇଏଫଟି ଏବଂ ଆରଟିଜିଏସ ପେମେଣ୍ଟର ସୁବିଧା ଉପଯୋଗ ପାଇଁ ଅନୁମତି ଥିଲା ।
ଏହି ସୁବିଧାକୁ ବଢାଇବା ଦ୍ୱାରା ଫାଇନାନସିଆଲ ସିଷ୍ଟମରେ ସେଟଲମେଣ୍ଟ ରିସ୍କ କମ କରିବାରେ ସହାୟକ ହେବ ବୋଲି ଆରବିଆଇ କହିଛି । ଏହାସହିତ ଦେଶରେ ଡିଜିଟାଲ ଫାଇନାନସିଆଲ ସେବାକୁ ବୃଦ୍ଧି କରାଇବାରେ ସହାୟତା ମିଳିବ ।
ସେହିପରି ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ରେ ରହିଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅର୍ଥାତ ଗୃହ ଏବଂ ଅଟୋ ଋଣର ଇଏମଆଇ ପୂର୍ବଭଳି ହିଁ ରହିବ । ଶସ୍ତା ଇଏମଆଇ ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ ଶକ୍ତିକାନ୍ତ ଦାସ କହିଛନ୍ତି ।