ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ରାଜସ୍ଥାନରେ ଚାଲିଥିବା ଅଡୁଆ ଅଙ୍କର ପୂର୍ଣ୍ଣଛେଦ ପରେ,ସଚିନ୍ ପାଇଲଟଙ୍କ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଖୁସି ନାହାଁନ୍ତି ଅନେକ ଲୋକ । ଏଥିରେ ସଚିନ୍ ଙ୍କ ଗାଁ ଏବଂ ପରିବାର ଲୋକ ମଧ୍ୟ ସାମିଲ ଅଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏହି ନିଷ୍ପିତି ଉପରେ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଗ୍ରେଟର ନୋଏଡାର ବୈଦପୁରା ହେଉଛି ସଚିନ୍ ପାଇଲଟ୍ ଙ୍କ ପୈତୃକ ଗାଁ । ତାଙ୍କ ପିତା ରାଜେଶ ପାଇଲଟ ଦୁଇ ଭାଇ ଥିଲେ । ରାଜେଶ ପାଇଲଟ୍ କାରାଗାର ମନ୍ତ୍ରୀ ମଧ୍ୟ ରହିଥିଲେ ।
ସଚିନ୍ ଙ୍କ ଗାଁ ଏବଂ ପରିବାର ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଥିଲେ । କିନ୍ତୁ ଏବେ ସଚିନ୍ ଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ପରେ ତାଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଖବରମୁତାବକ, ସଚିନ୍ ଙ୍କ ପାଇଁ କଂଗ୍ରେସ ରାଜସ୍ଥାନ ନିର୍ବାଚନ ଜିତିଥିଲା କିନ୍ତୁ ରାହୁଲ ଗାନ୍ଧୀ ତାଙ୍କୁ ଧୋକା ଦେଇଛନ୍ତି । ସଚିନ୍ ପାଞ୍ଚ ବର୍ଷ କାଳ ଖୁବ୍ ପରିଶ୍ରମ କରିଥିଲେ । ସେ ଏହି ରେସ୍ ପାଇଁ ଦିନ ରାତି ଏକାଠି କରି ପରିବାର ସଦସ୍ୟଙ୍କୁ ବି ସମୟ ଦେଇପାରୁନଥିଲେ । କିନ୍ତୁ ଶେଷରେ ସେ ତାଙ୍କ ପାଉଣା ପାଇଲେ ନାହିଁ ।