ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଣଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ରହିଛି କି? ଯଦି ହଁ ତେବେ ୩୧ ଡିସେମ୍ବର୨୦୧୯ ପୂର୍ବରୁ ଏହି କାମ କରି ନିଅନ୍ତୁ । ନଚେତ୍ ଆପଣ ଆପଣଙ୍କ ଆକାଉଣ୍ଟରୁ ଆଉ ଟଙ୍କା ଉଠାଇ ପାରିବେ ନାହିଁ । ପ୍ରକୃତରେ ଏସବିଆଇ ତାର ଗ୍ରାହକଙ୍କ ମ୍ୟାଗନେଟିକ୍ ଷ୍ଟ୍ରିପ୍ ଡେବିଟ୍ କାର୍ଡକୁ ଇଏମବି ଚିପ୍ ବିଶିଷ୍ଟ ଡେବିଟ୍ କାର୍ଡରେ ପରିବର୍ତ୍ତନ କରିବାକୁ ଯାଉଛି । ଯଦି ଆପଣ ଏପର୍ଯ୍ୟନ୍ତ ମ୍ୟାଗନେଟିକ୍ ଷ୍ଟ୍ରିପ୍ ଯୁକ୍ତ କାର୍ଡକୁ ନୂତନ କାର୍ଡରେ ପରିବର୍ତ୍ତନ କରି ନାହାନ୍ତି ତେବେ ଖୁବ୍ ଶୀଘ୍ର ଯାଇ ଆପଣଙ୍କ କାର୍ଡ ବଦଳାଇ ଦିଅନ୍ତୁ ।
ସେଥିପାଇଁ ଆପଣ ଆପଣଙ୍କର ହୋମ୍ ବ୍ରାଞ୍ଚଯାଇ ଡିସେମ୍ବର ୩୧ ପୂର୍ବରୁ ଏହି କାମ କରିପାରିବେ । ଯଦି ଆପଣ ଏଭଳି ନକରୁଛନ୍ତି ତେବେ ଆପଣଙ୍କ ଡେବିଟ୍ କାର୍ଡ କାମ କରିବା ବନ୍ଦ ହୋଇଯିବ ।
ଏନେଇ ଏସବିଆଇ ପକ୍ଷରୁ କୁହାଯାଇଛି କି, ଯେଉଁ ଗ୍ରାହକଙ୍କ ପାଖରେ ପୁରୁଣା ମ୍ୟାଗ୍ନେଟିକ୍ ଡେବିଟ କାର୍ଡ ଅଛି, ତାକୁ ତୁରନ୍ତୁ ବଦଳାନ୍ତୁ । ଏହାକୁ ବଦଳାଇବା ପରେ ଗ୍ରାହକଙ୍କୁ ଇଏମବି ଚିପ୍ ବିଶିଷ୍ଟ କାର୍ଡ ମିଳିବ । ଏହାକୁ ବଦଳାଇବାର ଶେଷ ତାରିଖ ୩୧ ଡିସେମ୍ବର ୨୦୧୯ ରହିଛି ।
ସମସ୍ତ ପୁରୁଣା କାର୍ଡ ଗୁଡିକୁ ନୂତନ କାର୍ଡରେ ପରିବର୍ତ୍ତନ କରାଯିବ । ଇଏମବି ଚିପ୍ ବିଶିଷ୍ଟ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡରେ ଗୋଟେ ଛୋଟ ଚିପ୍ ଲଗାଯିବ । ଯେଉଁଥିରେ ଆପଣଙ୍କ ଆକାଉଣ୍ଟ ବିଷୟରେ ଜାଣିହେବ । ଏହି ସମସ୍ତ ତଥ୍ୟ ଇନକ୍ରିପଟେଡ ରହିଥାଏ, ଯାହାଫଳରେ କୌଣସି ପ୍ରକାରର ଡାଟା ଚୋରି ନହେଉ ।