ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହକଙ୍କ ମୁଣ୍ଡରେ ଚଡକ । ଏବେ ଆଉ ଏଟିଏମ୍ ରୁ ମନଇଛା ଟଙ୍କା ଉଠାଇ ପାରିବେ ନାହିଁ । ସେଥିପାଇଁ ରୋକ୍ ଲାଗାଇଛି ଦେଶର ସବୁଠାରୁ ବଡ ବ୍ୟାଙ୍କ ମାନେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) । ଏଥର ଗ୍ରାହକମାନେ ଦିନକରେ ମାତ୍ର ୨୦ ହଜାର ଟଙ୍କା ଉଠାଇବେ । ଯାହାର ରାଶି ପୂର୍ବରୁ ୪୦ ହଜାର ଥିଲା । ସିଧା କହିବାକୁ ଗଲେ ପୂରାପୁରି ୫୦ ପ୍ରତିଶତ କମିଯାଇଛି । ଯାହାର ପ୍ରଭାବ ଏବେ ପୂଜା ବଜାରରେ ଦେଖିବାକୁ ମିଳିବ । ବାରମ୍ବାର ହେଉଥିବା ଠକାମିରୁ ରକ୍ଷା ପାଇବା ପାଇଁ ଏଭଳି ନିୟମ ଲାଗୁ କରାଯାଇ ଥିବା ସୂଚନା ଦେଇକ୍ତି ଏସବିଆଇ । ଅନ୍ୟପଟେ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ବଢିବ ବୋଲି ଜଣାପଡିଛି ।
ଆଜିଠାରୁ ଏସବିଆଇ ପକ୍ଷରୁ ଏଟିଏମ୍ ରୁ ଟଙ୍କା ବାହାର କରିବାର ସୀମାକୁ ଅଧା କରି ଦିଆଯାଇଛି । ଏହି ନିୟମ କେବଳ କ୍ଲାସିକ୍ ଏବଂ ମାଷ୍ଟ୍ରୋ ଡେବିଟ୍ କାର୍ଡ ଧାରୀଙ୍କ ପାଇଁ ଲାଗୁ ହୋଇଛି ।
ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ଅନୁସାରେ ,ପ୍ରତି କାର୍ଡରେ ଟଙ୍କା ଉଠାଣର ସୀମା ୨୦ ହଜାରରୁ କମ ରହିଛି, ଏହି ନିୟମ ଦ୍ୱାରା ଠକାମି ତଥା ଡିଜିଟାଲ ନେଣ- ଦେଣର ପ୍ରକ୍ରିୟା ବଢି ପାରିବ ।