ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ଦୁନିଆରେ ଇଂସ୍ୟୁରାନ୍ସ କଭର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରୁରୀ । ଏହାଦ୍ୱାରା ପଲିସିହୋଲଡରଙ୍କ ସହିତ ଯଦି କୌଣସି ଦୁର୍ଘଟଣା ଘଟୁଛି ତେବେ ତାଙ୍କୁ ଇଂସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଟଙ୍କା ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଜନଧନ ଖାତାଧାରୀ ରୂପେ କାର୍ଡ ବ୍ୟବହାର କରିବା ଦ୍ୱାରା ତାଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ ଇଂସ୍ୟୁରାନ୍ସ ମିଳିଥାଏ । ଦେଶର ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏନେଇ ଜନଧନ ଖାତାଧାରୀଙ୍କୁ ସୂଚିତ କରିଛି । ଏନେଇ ଏସବିଆଇ ଟ୍ୱିଟ କରି କହିଛି କି ସଫଳତାର ରାସ୍ତାରେ ଚାଲିବାର ସମୟ ଆସିଛି । ଏସବିଆଇ ରୂପେ ଜନଧନ କାର୍ଡ ପାଇଁ ଆଜି ହିଁ ଆବେଦନ କରନ୍ତୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ୨୦୧୪ ମସିହା ଅଗଷ୍ଟ ୨୮ ରେ ଷହି ସ୍କିମର ଶୁଭାରମ୍ଭ ହୋଇଥିଲା । ସରକାର ଆର୍ଥିକ ସମାବେଶ ଲକ୍ଷ୍ୟ ସହିତ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାର ଉଦ୍ୟେଶ ଦେଶରେ ପ୍ରତ୍ୟେକ ପରିବାରକୁ ବ୍ୟାଙ୍କିଂ ସହିତ ଇଂସ୍ୟୁରାନ୍ସ, କ୍ରେଡିଟ ଏବଂ ପେନସନ୍ ସେବା ସହ ଯୋଡିବା ।