ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ର ବେସିକ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ (ବିଏସବିଡି) ଉପରେ ସର୍ଭିସ ଚାର୍ଜ ପରିବର୍ତ୍ତନ ହେବାକୁ ଯାଉଛି । ଏନେଇ ବ୍ୟାଙ୍କ କହିଛି କି, ଜୁଲାଇ ୧ ରୁ ଏସବିଆଇ ଆକାଉଣ୍ଟ ହୋଲ୍ଡର ପାଇଁ ନୂତନ ସର୍ଭିସ ଚାର୍ଜ ଲାଗୁ ହେବ । ଏଟିଏମରୁ ଟଙ୍କା ଉଠାଇବା, ଚେକ ବୁକ୍, ମନି ଟ୍ରାନ୍ସଫର ଏବଂ ଅନ୍ୟ ଟ୍ରାନ୍ସଫର ଉପରେ ସର୍ଭିସ ଚାର୍ଜରେ ପରିବର୍ତ୍ତନ ହେବ ।
ସମସ୍ତ ଚାର୍ଜ ଜୁଲାଇ ୧ ରୁ ଲାଗୁ ହେବ । ମାସକରେ ମୋଟ ଚାରୋଟି ଟ୍ରାଞ୍ଜାକ୍ସନ ମାଗଣା କରିପାରିବେ । ସେ ତେଣିକି ବ୍ୟାଙ୍କରୁ ଟଙ୍କା ଉଠାନ୍ତୁ ବା ଏଟିଏମରୁ । ଏହାଠାରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ଚାର୍ଜ ଲାଗିବ । ଟଙ୍କା ଉଠାଣ ଉପରେ ୧୫ ଟଙ୍କା ସହିତ ଜିଏସଟି ।
କେବଳ ଏତିକି ନୁହେଁ ଏସବିଆଇର ବେସିକ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ ଖାତାଧାରୀଙ୍କୁ କେବଳ ୧୦ ଚେକ ଲିଫ ବିଶିଷ୍ଟ ଚେକ ବୁକ ମାଗଣାରେ ମିଳିବ । ଏହାପରେ ଯଦି ଆପଣଙ୍କର ଚେକ ବୁକ୍ ଆବଶ୍ୟକ ତେବେ ୧୦ ଲିଫ ବିଶିଷ୍ଟ ଚେକ୍ ବୁକ୍ ପାଇଁ ୪୦ ଟଙ୍କା ଚାର୍ଜ ଦେବାକୁ ହେବ । ଏହା ଉପରେ ଜିଏସଟି ମଧ୍ୟ ଦେବାକୁ ହେବ । ସେହିପରି ୨୫ ଲିଫ୍ ବିଶ୍ିଷ୍ଟ ଚେକ୍ ବୁକ୍ ପାଇଁ ୭୫ ଟଙ୍କା ଦେବାକୁ ହେବ ।
ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ଚେକବୁକ୍ ଉପରେ ନୂତନ ସେବା ଦେୟରୁ ମୁକ୍ତ କରିଛି। ଏସବିଆଇ କିମ୍ବା ଅଣ ଏସବିଆଇ ଶାଖାରେ ବିଏସବିଡି ଆକାଉଣ୍ଟଧାରୀଙ୍କ ଦ୍ୱାରା ଅଣ ଆର୍ଥିକ କାରବାର ଉପରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ।