ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦେଶରେ ସମସ୍ତ ମସଜିଦ ମାନଙ୍କରେ ମହିଳାଙ୍କ ପ୍ରବେଶ ଅନୁମତି ଦେବାକୁ ନେଇ ହୋଇଥିବା ଏକ ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ନ୍ୟାୟମୂତ୍ତି ଏସଏ ବୋବଡେ ଏବଂ ଏସଏ ନଜିରଙ୍କ ଏକ ଖଣ୍ଡପୀଠ ଏହି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ସୂଚନାଯୋଗ୍ୟ ଏହି ଯାଚିକା ୟାସ୍ମୀନ ଯୁବେର ଅହମ୍ମଦ ନାମକ ଜଣେ ବ୍ୟକ୍ତି କୋର୍ଟରେ ଏନେଇ ମାମଲା ଦାୟର କରିଛନ୍ତି । ମହିଳା ମାନଙ୍କୁ ମସଜିଦରେ ପ୍ରବେଶ କରିବା ପାଇଁ କୋର୍ଟର ଅନୁମତି ଲୋଡିଛନ୍ତି । ସେ ଆବେଦନରେ ଦର୍ଶାଇଛନ୍ତି ମହିଳାମାନଙ୍କୁ ମସଜିଦକୁ ବାରଣ କରିବା ଦ୍ୱାରା ମହିଳା ମାନଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି । ଏହି ମାମଲାର ଆଗାମୀ ଶୁଣାଣି ନଭେମ୍ବର ୫ ତାରିଖରେ ହେବ ।