ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ସୁପ୍ରିମ କୋର୍ଟରୁ ଏକ ବଡ ରାୟ ଆସିପାରେ । ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସର ମଧ୍ୟରେ ଆସିବ କି ନାଁ ସେନେଇ ଆଜି ରାୟ ପ୍ରକାଶ ପାଇପାରେ । କୋର୍ଟ ଏହାର ସମସ୍ତ ଶୁଣାଣି ଅପ୍ରେଲ ମାସରେ ଶେଷ କରିଥିବା ବେଳେ ଏହାର ଚୂଡାନ୍ତ ରାୟ ଆଜି ପ୍ରକାଶ କରି ପାରନ୍ତି । ସୂଚନାଯୋଗ୍ୟ ବିଚାରପତିଙ୍କ କାର୍ଯ୍ୟାଳୟକୁ ଆରଟିଆଇ ଅଧିନରେ ଆଣିବାକୁ ଅଫିଲ ହୋଇଥିଲା । ସିଆଇସି ଓ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରୀ ୨୦୧୦ରେ ଚ୍ୟାଲେଞ୍ଜିଂ କରିଥିଲେ ।
ଯାହାର ମାମଲା ସୁପ୍ରିମ କୋର୍ଟରେ ଚାଲିଥିଲା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ଷ୍ଟେ କରି ଦେଇଥିଲେ । ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ଐତିହାସିକ ରାୟ ଦେଇ କହିଥିଲେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ପରିସରକୁ ଆସୁଛି । ଯାହାକୁ ନେଇ ୨୦୧୦ ମସିହାରେ ବିବାଦ ଦେଖା ଦେଇଥିଲା । ଯାହାକୁ ପରେ ସୁପ୍ରିମ କୋର୍ଟ ବିଚାରକୁ ନେଇଥିଲେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବରେ ୫ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ ।