ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ସୁପ୍ରିମକୋର୍ଟରେ ଦୋଷୀ ବିନୟ ଶର୍ମାଙ୍କ ଆବେଦନକୁ ଖାରଜ କରାଯାଇଛି । ରାଷ୍ଟ୍ରପତିଙ୍କ ପାଖରେ ବିନୟଙ୍କ କ୍ଷମା ଆବେଦନ ଖାରଜ ହେବା ପରେ ସେ ଏହାକୁ ନେଇ ସୁପ୍ରିମକୋର୍ଟ ଆବେଦନ କରିଥିଲେ । ଯାହାର ଶୁଣାଣି ଆଜି ସୁପ୍ରିମ କୋର୍ଟରୋ କରାଯାଇ ବିନୟଙ୍କ ଆବେଦନକୁ ଖାରଜ କରାଯାଇଛି । ସୂଚନା ଯୋଗ୍ୟ ଗତ ମଙ୍ଗଳବାରଦିନ ନିର୍ଭୟା ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା ରାଜକ୍ଷମା ଆବେଦନ ଖାରଜ ହେବା ପରେ ସୁପ୍ରିମକୋର୍ଟରେ ଏହା ଉପରେ ଏକ ପିଟିସନ ଦାଖଲ କରିଥିଲେ ବିନୟ । ଗତକାଲି ସୁପ୍ରିମକୋର୍ଟ ଏହି ପିଟିସନକୁ ନେଇ ଦୁଇ ଘଣ୍ଟା ଧରି ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ ।
ତେବେ ଆଜି ଅପରାହ୍ନରେ ୨ଟାରେ ଏହି ମାମଲାର ରାୟକୁ ପ୍ରକାଶ କରାଯାଇଛି । । ବିନୟ ଆବେଦନ କରିଥିବା ପିଟିସନର ଶୁଣାଣି ଜଷ୍ଟିସ ଆର ଭାନୁମତି, ଅଶୋକ ଭୂଷଣ ଏବଂ ଏସସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କରିଥିଲେ ।
ନିର୍ଭୟା ମାମଲାର ୪ ଅଭିଯୁକ୍ତଙ୍କୁ ଫାଶୀ ହେବାର ତାରିଖ ଘୋଷଣା ହେବା ପରଠାରୁ ସେମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଥିଲା । ଫାଶୀରୁ ବଞ୍ଚିବା ପାଇଁ ଅଭିଯୁକ୍ତମାନେ ଭୋକ ବିକଳରେ ତାଟିଆ କାମୁଡିଲା ଭଳି ଚାରିଆଡେ ଫାଶୀରୁ ମୁକୁଳିବା ପାଇଁ ଭିକ ମାଗିବାରେ ଲାଗିଛନ୍ତି । ଜଣଙ୍କ ପରେ ଜଣେ ରାଜକ୍ଷମା ପାଇବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରୁଥିଲେ ମଧ୍ୟ ରାଷ୍ଟ୍ରପତି ଏହି ଆବଦନକୁ ଖାରଜ କରିଦେଉଛନ୍ତି । ତେବେ ରାଷ୍ଟ୍ରପତି ସେମାନଙ୍କ ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ସେମାନେ ପୁନଃବାର ସୁପ୍ରିମକୋର୍ଟର ଆଶରା ନେବାରେ ଲାଗିପଡିଛନ୍ତି ।