ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ମୁଖ୍ୟ ନ୍ୟାୟାଧିଶର କାର୍ଯ୍ୟାଳୟକୁ ସୂଚନା ଅଧିକାରର ଆଇନ ଅନ୍ତଗର୍ତରେ ଆଣିବା ଉଚିତ୍ କି ନାହିଁ ଏହା ଉପରେ ବୁଧବାର ସୁପ୍ରିମ କୋର୍ଟ ନିଷ୍ପତି ଶୁଣାଇବେ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଞ୍ଜ ଜଣିଆ ଖଣ୍ଡପୀଠ ଏହି ମାମଲାରେ ନିଷ୍ପତି ଶୁଣାଇବେ ।
ଖଣ୍ଡପୀଠରେ ସିଜେଆଇ ସମେତ ଜଷ୍ଟିସ ଏନବି ରମନା,ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ ସଞ୍ଜୀବ ଖନ୍ନା ଏହି ପିଟିସନ ଉପରେ ଶୁଣାଣି କରିବେ, ଯେଉଁଥିରେ ସୁପ୍ରିମକୋର୍ଟର ମହାସଚିବ ଦିଲ୍ଲୀ ହାଇକୋର୍ଟର ନିଷ୍ପତିକୁ ୨୦୧୦ରେ ଚ୍ୟାଲେଞ୍ଜ ଦେଇଥିଲେ ।
ଦିଲ୍ଲୀ ହାଇକୋର୍ଟ ତାର ନିଷ୍ପତିରେ କହିଥିଲେ କି,ସିଜେଆଇ ର କାର୍ଯ୍ୟାଳୟ ଏକ ସାର୍ବଜନିକ ପ୍ରାଧିକରଣ ଏବଂ ଏହାକୁ ସୂଚନା ଅଧିକାର ଆଇନ ଅନ୍ତର୍ଗତ ଅଣାଯିବା ଉଚିତ୍ । ଚଳିତ ବର୍ଷ ଅପ୍ରିଲ ମାସରେ ଏହି ପିଟିସନ ଉପରେ ନିଷ୍ପତିକୁ ସୁରକ୍ଷିତ ରଖିଥିଲେ ।
ସିଜେଆଇ ରଞ୍ଜନ ଗୋଗେଇ ପୂର୍ବରୁ କହିଥିଲେ କି,ପାରଦର୍ଶିତା ନାମରେ ଏକ ସଂସ୍ଥାକୁ କ୍ଷତି ପହଁଚାଇ ଉଚିତ୍ ନୁହେଁ । ୨୦୦୭ ନଭେମ୍ବର ମାସରେ ଆରଟିଆଇ କାର୍ଯ୍ୟକର୍ତ୍ତା ସୁଭାଷ ଚନ୍ଦ୍ର ଅଗ୍ରୱାଲ ଆରଟିଆଇ ପିଟିସନ ଦାଖଲ କରି ସୁପ୍ରିମ କୋର୍ଟରୁ ବିଚାରପତିଙ୍କ ସମ୍ପତି ବିଷୟରେ ସୂଚନା ମାଗିଥିଲେ, ଯାହାକୁ ସେ ଦେବା ପାଇଁ ମନା କରି ଦେଇଥିଲେ ।
ଅଗ୍ରୱାଲ ଏହାପରେ ସିଆଇସି ପାଖରେ ପହଁଚିଥିଲେ ଏବଂ ସିଆଇସି ସୁପ୍ରିମ କୋର୍ଟରେ ଏଷହି ଆଧାର ଉପରେ ସୂଚନା ଦେବା ପାଇଁ କହିଥିଲେ କି ସିଜେଆଇର କାର୍ଯ୍ୟାଳୟ ବି ଆଇନ ଅନ୍ତର୍ଗତ । ଏହାପରେ ୨୦୦୯ ଜାନୁଆରୀ ମାସରେ ସିଆଇସିର ଆଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଥିଲା ।