ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦଶମ ବୋର୍ଡ ପରୀକ୍ଷା ଦେବା ପାଇଁ ଘୋଡା ଚଢି ପରୀକ୍ଷା ଦେବାକୁ ବାହାରିଲେ ଛାତ୍ରୀ । ଏଭଳି ଏକ ଦୃଶ୍ୟ କେରଳର ଥ୍ରିସୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ମହିନ୍ଦ୍ରା ସମୁହର ଅଧ୍ୟକ୍ଷ ତଥା ମଶୁର ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ଛାତ୍ରୀ ଜଣଙ୍କ ଘୋଡାରେ ଚଢି ସ୍କୁଲ ଯାଉଥିବାର ଦେଖିବାକୁ ମିଳିଛି । ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏଥିରୁ ସ୍ପଷ୍ଟ ଜଣା ପଡୁଛି କି ଘୋଡାଟି ସହରର ଜନ ଗହଳି ପୂର୍ଣ୍ଣ ରାଜପଥରେ ଦୌଡୁଛି ଏବଂ ଘୋଡା ଉପରେ ଜଣେ ଝିଅ ସ୍କୁଲ ପୋଷାକ ପିନ୍ଧି ବସିଛନ୍ତି । ପରୀକ୍ଷା ଦେବା ଲାଗି ଝିଅଟି ଘୋଡା ଉପରେ ବସି ଯାଉଥିବାର ଦେଖି ଲୋକେ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।
ଝିଅଟିର ଏହି ଭିଡିଓକୁ ଆନନ୍ଦ ମହିନ୍ଦ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିବା ସହ ଏହି କ୍ଲିପଟି ବିଶ୍ୱସ୍ତରରେ ଭାଇରାଲ ହେବାର ଯୋଗ୍ୟ ବୋଲି କହିଛନ୍ତି ।
Brilliant! Girls’ education is galloping ahead…A clip that deserves to go viral globally. This, too, is #IncredibleIndia https://t.co/y1A9wStf7X
— anand mahindra (@anandmahindra) April 7, 2019
ସେ ଆଉ ଏକ ଟ୍ୱିଟ୍ କରି ଲୋକଙ୍କୁ ଏହି ଝିଅ ବିଷୟରେ ସୂଚନା ଦେବା ଲାଗି ଅପିଲ କରିଛନ୍ତି । ସେ ଲେଖିଛନ୍ତି କି, ଥ୍ରିସୁରର କୌଣସି ବ୍ୟକ୍ତି ଏହି ଝିଅକୁ ଜାଣିଛନ୍ତି କି? ମୁଁ ଏହି ଝିଅ ଏବଂ ତାଙ୍କ ଘୋଡାର ଏକ ଫଟୋ ନିଜର ସ୍କ୍ରିନ୍ ସେଭର ଭାବେ ଚାହୁଁଛି । ସେ ମୋ ହିରୋ । ତାର ସ୍କୁଲ ଯିବାର ଦୃଷ୍ଟିଭଙ୍ଗି ମୋତେ ଭବିଷ୍ୟତ ପାଇଁ ଆଶାବାଦରେ ଭରି ଦେଇଛି ।
Does anyone in Thrissur know this girl? I want a picture of her and her horse as my screen saver. She’s my hero..The sight of her charging to school filled me with optimism for the future… https://t.co/6HfnYAHHfu
— anand mahindra (@anandmahindra) April 7, 2019