ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଧି ବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ସିନ୍ଧିଆ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଦଳର ପ୍ରାଥମିକତା ସଦସ୍ୟତା ଗ୍ରହଣ କରାଇଛନ୍ତି । ଏହି ଅବସରରେ ବିଜେପିର ଅନେକ ବରିଷ୍ଠ ନେତାମାନେ ସାମିଲ ଥିଲେ ।
ବିଜେପିରେ ସାମିଲ ହେବାର କିଛି ସମୟ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟ ସଭା ଟିକେଟ ଦେଇଛି ବିଜେପି । ଏହା ସହ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ରାଜ୍ୟ ସଭା ଟିକେଟ ଦେଇଛି ବିଜେପି । ମଧ୍ୟପ୍ରଦେଶ ୩ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ । ଏହି ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେପି ।
ସୂଚନାଯୋଗ୍ୟ, ଗତକାଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତାଫା ଦେଇଥିଲେ । ଏହାସହିତ କଂଗ୍ରେସର ୨୨ ଜଣ ବିଧାୟକ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ । ଯାହା କଂଗ୍ରେସକୁ ବଡ ଝଟକା ଦେଇଥିଲା ।