ରାଜସ୍ତାନ( ଏଟିଆର ବ୍ୟୁରୋ): ଭାରତ କାଶ୍ମୀରରୁ ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏବେ ରକ୍ତ ଚାଉଳ ଚୋବାଉଛି । ଭାରତକୁ ଅକଳରେ ପକାଇବା ପାଇଁ ପ୍ରତ୍ୟକ ଦିନ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛି । ତେବେ ଏହିଭଳି ଏକ ସମୟରେ ସୀମା ଆରପଟୁ ଉଡି ଆସିଥିବା ଏକ ପାରା ଧାରା ପଡିଛି ସୁରକ୍ଷା କର୍ମୀଙ୍କ ହାତରେ । ଯେଉଁ ପାରା ଲାଙ୍ଗୁଡରେ ୨ ଧାଡିରେ କିଛି ଉର୍ଦୁରେ ଲେଖା ହୋଇଥିବା ବେଳେ ୧୦ ଟିକିଆ ପୋନ ନଂ ମଧ୍ୟ ଲେଖା ହୋଇଛି । ତେବେ ଏହି ପାରାକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି ।
ଏହି ପାରାର ଲାଙ୍ଗୁଡରେ ଲେଖାଯାଇଥିବା ନଂ କାହାର ତାକୁ ନେଇ ଏବେ ଖୋଳତାଡ ଆରମ୍ଭ ହୋଇଛି । ପାରାଟି ପୋଷା ପାରା ବୋଲି ଜଣା ପଡିଛି । ଏହାକୁ କେହି ଶତୃ ଭାରତରେ କାହାକୁ ନଂ ପ୍ରେରଣ କରିବା ପାଇଁ ବ୍ୟବହାର କରୁଥିବା ସନ୍ଦେହ ମଧ୍ୟ କରାଯାଇଛି । ରାଜସ୍ତାନର ଶ୍ରୀଗଙ୍ଗାନଗର ଏକ କ୍ଷେତରୁ କ୍ଷତାକ୍ତ ଅବସ୍ଥାରେ ଏହି ପାରା ଉଦ୍ଧାର କରାଯାଇଥିଲା । ପାରାଟିକୁ ଏବେ ବିକାନର ଚିଡିଆଖାନାରେ ରଖା ଯାଇଛି । ସେଠାରେ ତାର ଏକ୍ସରେ କରାଯାଇ ଚିକିତ୍ସା କରାଯାଉଛି ।