ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣଙ୍କ ଗାଡିର ନମ୍ବର ପ୍ଲେଟ ର ଶେଷ ନଂ ଏକ ହୋଇଥିବ ତେବେ ଆପଣଙ୍କୁ ୧୫ ଜୁଲାଇ ୨୦୨୧ ସୁଦ୍ଧା ନିଜ ଗାଡିରେ ହାଇ ସିକ୍ୟୁରିଟି ନଂ ପ୍ଲେଟକୁ ଲଗାଇବା ବାଧ୍ୟତାମୂଳକ । ନଚେତ୍ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ଏହାସହିତ ଯାତ୍ରୀବାହି ଗାଡି ଏବଂ ମାଲ୍ ପରିବହନ ଗାଡି ଗୁଡିକ ବିନା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ଫିଟନେସ୍ ବି କରାଇ ପାରିବେ ନାହିଁ ।
ଗାଡିର ହାଇ ସିକ୍ୟୁରିଟି ନଂ ପ୍ଲେଟ ଲଗାଇବାର ଏହି ନୂତନ ବ୍ୟବସ୍ଥା ଜାରି କରିଛନ୍ତି ସରକାର । ଏନେଇ ପରିବହନ ଆୟୁକ୍ତ ଧୀରଜ ସାହୁଙ୍କୁ ସର୍କ୍ୟୁଲାର ପଠାଇଛନ୍ତି ବିଶେଷ ସଚିବ ପରିବହନ ଅଖିଲେଶ କୁମାର ମିଶ୍ରା । ସରକାରଙ୍କ ନୂତନ ବ୍ୟବସ୍ଥା ଅନୁଯାୟୀ ଏଣିକି ଗାଡି ମାଲିକଙ୍କୁ ନଂ ପ୍ଲେଟ ଆଧାରରେ ଅନଲାଇନ୍ ପଞ୍ଜିକୃତ କରି ହାଇ ସିକ୍ୟୁରିଟି ନଂ ପ୍ଲେଟ ଲଗାଇବାକୁ ହେବ ।
ଯେଉଁ ପୁରୁଣା ଗାଡିର ନଂ ପ୍ଲେଟରେ ଶେଷ ନଂ ଏକ ଏବଂ ଶୂନ ରହିଥିବ ସେହି ଗାଡି ମାଲିକମାନଙ୍କୁ ୧୫ ଜୁଲାଇ ୨୦୨୧ ସୁଧା ହାଇ ସିକ୍ୟୁରିଟି ନଂ ପ୍ଲେଟ ପ୍ରତ୍ୟେକ ବର୍ଷ ଲଗାଇବାକୁ ପଡିବ । ଏହାସହିତ ଯେଉଁ ଗାଡିଗୁଡିକର ନଂ ପ୍ଲେଟୀ ଶେଷ ନଂ ୮ ବା ୯ ଥିବ ସେହି ମାଲିକମାନଙ୍କୁ ୧୫ ଜୁଲାଇ ୨୦୨୨ ସୁଧା ଗାଡିରେ ହାଇ ସିକ୍ୟୁରିଟି ନଂ ପ୍ଲେଟ ଲଗାଇବାର ସମୟ ଦିଆଯାଇଛି ।
ଲକ୍ଷେ୍ନø ର ସମ୍ଭାଗୀୟ ପରିବହନ ଅଧିକାରୀ ଆରପି ଦ୍ୱିବେଦୀ କହିଛନ୍ତି କି, ସରକାରଙ୍କ ନୂତନ ବ୍ୟବସ୍ଥା ଦ୍ୱାରା ଗାଡି ମାଲିକଙ୍କୁ ପୁରୁଣା ଗାଡିରେ ହାଇ ସିକ୍ୟୁରିଟି ନ ପ୍ଲେଟ ଲଗାଇବାର ବହୁତ ଫାଇଦା ହେବ । ଜୁଲାଇ ୧୫ ସୁଧା ସେହି ଗାଡି ମାଲିକମାନଙ୍କୁ ହାଇ ସିକ୍ୟୁରିଟି ନଂପେଲଟ ଲଗାଇବାକୁ ହେବ, ଯେଉଁମାନଙ୍କ ଗାଡିର ପୁରୁଣା ପ୍ଲେଟର ଶେଷ ନଂ ଶୂନ ଏବଂ ଏକ ଥିବ ।
ରାଜଧାନୀ କ୍ଷେତ୍ର (ଏନସିଆର) ଦିଲ୍ଲୀ ଅନୁଯାୟୀ ପ୍ରଦେଶର ଯେଉଁ ବି ଜିଲ୍ଲା ଆସୁଛି , ସେଥିରେ ପଞ୍ଜିକୃତ ପ୍ରାଇଭେଟ ଏବଂ କର୍ମସିଆଲ ଗାଡି ମାଲିକଙ୍କୁ ୧୫ ଜୁଲାଇ ୨୦୨୧ ସୁଧା ହାଇ ସିକ୍ୟୁରିଟି ନଂ ପ୍ଲେଟ ଏବଂ କଲର କୋଟେଡ ଷ୍ଟିକର ଲଗାଇବା ପାଇଁ ଆଦେଶ ଦିଆଯାଇଛି ।