ପାଟଣା (ଏଟିଆର ବ୍ୟୁରୋ): ସହଦୋଇ ବୁଜୁର୍ଗ ଠାରେ ସୀମାଞ୍ଚଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ ଘଟିଛି । ଏକ୍ସପ୍ରେସଟି ବିହାରରୁ ଦିଲ୍ଲୀ ଆସୁଥିବା ବେଳେ ୧୧ଟି ବଗି ଲାଇନ୍ଚ୍ୟୁତ୍ ହୋଇଯାଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାକୁ ନେଇ ରେଲୱେ ମୁଖ୍ୟ ଜନସମ୍ପର୍କ ଅଧିକାରୀ ରାଜେଶ କୁମାର କହିଛନ୍ତି କି, ‘ଏହି ଦୁର୍ଘଟଣାଟି ଟ୍ରାକ୍ ବଦଳାଇବା ସମୟରେ ଟ୍ରାକର ତୃଟି ଥିବା ଯୋଗୁଁଁ ଘଟିଛି । ବର୍ୟାନି ଷ୍ଟେସନ ପାଖାପାଖି ଟ୍ରାକଟି ଭାଙ୍ଗି ଯାଇଥିଲା । ପ୍ରଭାବିତ ହୋଇଥିବା ୧୧ ଟି କୋଚକୁ ହାଜିପୁର ପଠାଇ ଦିଆଯାଇଛି । ’
ରେଲୱେ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ରାଶି ରୂପେ ୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ସେହିପରି ଗୁରୁତର ଥିବା ବ୍ୟକ୍ତିଙ୍କୁ ଏକ ଲକ୍ଷ ଏବଂ ଆହତଙ୍କୁ ୫୦ ହାଜାର ଟଙ୍କା ଘୋଷଣା କରାଯାଇଛି । ଏହାସହିତ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରେଲ ବିଭାଗ ବହନ କରିବ । ରେଲୱେ ପରେ ବିହାର ସରକାର ବି ମୃତକ ଏବଂ ଆହତଙ୍କୁ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ବିହାର ସରକାର ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।