ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ରବିଶ କୁମାରଙ୍କୁ ରେମନ ମ୍ୟାଗ୍ସେସେ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାରକୁ ଏସିଆର ନୋବେଲ ପୁରସ୍କାର ର ବୋଲି କୁହାଯାଏ । ପ୍ରଶସ୍ତି ପତ୍ରରେ ସବୁଠାରୁ ପ୍ରଭାବଶାଳୀ ଟିଭି ସମ୍ବାଦିକ ମଧ୍ୟରେ ୪୪ ବର୍ଷିୟ ରବିଶ କୁମାର ରହିଛନ୍ତି । ସେ ଏନଡିଟିଭି ଇଣ୍ଡିଆର ବରିଷ୍ଠ
କାର୍ଯ୍ୟକାରୀ ସଂପାଦକ ।
ରବିଶଙ୍କ ନାଁ ସେହି ପାଞ୍ଚ ଜଣ ବ୍ୟକ୍ତିଙ୍କ ସହିତ ରହିଛି ଯାହାକୁ ଏହି ପୁରସ୍କାରର ବିଜେତା ଘୋଷିତ କରାଯାଇଛି । ପ୍ରଶସ୍ତି ପତ୍ରରେ କୁହାଯାଇଛି କି କାର୍ଯ୍ୟକ୍ରମ ‘ପ୍ରାଇମ ଟାଇମ’ ସାଧାରଣ ଲୋକଙ୍କ ବାସ୍ତବିକ ଏବଂ ଅକୁହା ସମସ୍ୟାକୁ ଉଠାଇଥାଏ । ଏହାସହିତ ଏଥିରେ କୁହାଯାଇଛି କି ଯଦି ଆପଣ ଜନତାଙ୍କ ଥିବା ସମସ୍ୟାକୁ ପ୍ରସଙ୍ଗ କରି ଲୋକଲୋଚନକୁ ଆଣୁଛନ୍ତି , ତେବେ ଆପଣ ଜଣେ ଭଲ ସାମ୍ବାଦିକ ।
ଚଳିତ ବର୍ଷ ରେମନ ମ୍ୟାଗ୍ସେସେ ପୁରସ୍କାରରେ ଅନ୍ୟ ଚାରିଜଣ ବିଜେତାଙ୍କ ମଧ୍ୟରେ ମିଆଁମାର ର ‘କୋ ସ୍ୱେ ବିନ୍’, ଥାଇଲାଣ୍ଡର ‘ଅଂଗଖାନା ନୀଲାପାଇଜିତ’, ଫିଲିପିନର ‘ର୍ୟାୟମୁଂଡୋ ପୁଜଂତେ’ ଏବଂ ଦକ୍ଷୀଣ କୋରିଆର ‘କିମ ଜୋଙ୍ଗ’ ସାମିଲ ଅଛନ୍ତି । ୧୯୫୭ ରେ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ଏସିଆ ସର୍ବୋଚ୍ଚ ସମ୍ମାନ ବୋଲି କୁହାଯାଇଥାଏ ।