ହିମାଚଳ ପ୍ରଦେଶ ( ଏଟିଆର ବ୍ୟୁରୋ): ପାର୍ଟି ମନାଉଥିଲେ ଭୁଶୁଡି ଗଲା ଚାରି ମହଲା କୋଠା । ଖୁସୀ ହୋଇଗଲା ଲହୁ । ହିମାଚଳ ପ୍ରଦେଶର କୁମାରହଟ୍ଟୀ ସହରରେ ଘଟିଛି ଏମିତି ଅଭାବନୀୟ ଘଟଣା। ଚାରି ମହଲା କୋଠା ଭୁଶୁଡ଼ି ୭ ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଭୁଶୁଡ଼ି ପଡ଼ିଥିବା କୋଠାଟି ଏକ ରେଷ୍ଟୁରାଣ୍ଟ ଥିବା ଜଣା ପଡିଛି । ସୂଚନା ଅନୁସାରେ ଉକ୍ତ ହୋଟେଲରେ ଆସାମ୍ ରାଇଫଲ୍ସ୍ର ୩୦ ଜଣ ଜୁନିୟର୍ କମିସନ୍ଡ୍ ଅଫିସର୍ସ ରବିବାର ଏଠାରେ ପାର୍ଟିର ଆୟୋଜନ କରିଥିଲେ।
ସେତେବେଳେ ଏହି କୋଠାରେ ସେମାନଙ୍କ ସହ ରେଷ୍ଟୁରାଣ୍ଟର କର୍ମଚାରୀ ଓ ୧୫ ଜଣ ସାଧାରଣ ନାଗରିକ ମଧ୍ୟ ଥିଲେ। ଅତ୍ୟଧିକ ବର୍ଷା ହେବାରୁ କୋଠାର ମୂଳଦୁଆ ମାଟିରେ ଦବି ଯାଇଥିଲା।ଫଳରେ ଏହା ହୋଟେଲ ଟି ଭୁଶୁଡ଼ି ପଡ଼ିଥିଲା।ଯାହା ଫଳରେ ୭ ଜବାନଙ୍କ ସମେତ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଖନବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାର କାରୀ ଦଳ ପହଞ୍ଚି ୨୮ ଜଣଙ୍କୁ ଉଦ୍ଧାର କରିଛନ୍ତି।
ସେମାନଙ୍କ ମଧ୍ୟରେ ୧୭ ଜଣ ଯବାନ ଥିବା ବେଳେ ୧୧ ଜଣ ସାଧାରଣ ନାଗରିକ ଅଛନ୍ତି। ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ସେନାର ୭ ଜଣ ଯବାନ ଏବଂ କୋଠା ମାଲିକଙ୍କ ପତ୍ନୀ। ଏ ପର୍ଯ୍ୟନ୍ତ ମଧ୍ୟ ସେଠାରେ ମାଟି ତଳେ ଆଉ କିଛି ଲୋକ ମଧ୍ୟ ପୋତି ହୋଇ ରହିଛନ୍ତି । ସୈନିକଙ୍କ ସମେତ ପାଖାପାଖି ଆହୁରି ୧୨ ଜଣ ଲୋକ ଭଗ୍ନାଂଶ ତଳେ ପୋତି ହୋଇ ରହିଥିବା କଥା ଆଶଙ୍କା କରାଯାଉଛି।