ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଭାରତ କ୍ଷେତ୍ରର ୭ମ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଆଜି ଉତ୍ତର ପ୍ରଦେଶ ରାଜଧାନୀ ଲଖନଉ ବିଧାନସଭାର ମୁଖ୍ୟ ପ୍ରକୋଷ୍ଠରେ ଲୋକସଭା ବାଚସ୍ପତି ଓମ ବିର୍ଲା ଉଦଘାଟନ କରିଛନ୍ତି । ଏହି ଅବସରରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ଉଦଘାଟନ ଅଧିବେଶନରେ ସ୍ୱତନ୍ତ୍ର ଅତିଥି ଭାବେ ସମ୍ବୋଧିତ ହୋଇଥିଲେ । ସମ୍ମିଳନୀରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦଘାଟନ ସମାରୋହରେ ଉପସ୍ଥିତ ରହିଥିଲେ ।
ଆସନ୍ତାକାଲି ଏହି ସମ୍ମିଳନୀ ଉଦଯାପନୀ ଅଧିବେଶନ ହେବ । ଏହି ଅବସରରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ସମ୍ବୋଧିତ କରିବେ । ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, ଉତ୍ତର ପ୍ରଦେଶ ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଉତ୍ତର ପ୍ରଦେଶ ବିଧାନମଣ୍ଡଳର ବିଭିନ୍ନ ସଦସ୍ୟ ଏହି ଅବସରରେ ଉପସ୍ଥତ ରହିବେ । ଏହି ଦୁଇ ଦିନିଆ ସମ୍ମିଳନୀରେ ବଜେଟ ପ୍ରସ୍ତାବ ସମୀକ୍ଷା ପାଇଁ ଜନପ୍ରତିନିଧିଙ୍କ କ୍ଷମତା ବଢାଇବା ଭଳି ପ୍ରସଙ୍ଗରେ ଆଲୋଚନା ହେବ ।