ବିହାର(ଏଟିଆର ବ୍ୟୁରୋ): ଦେଶଦ୍ରୋହ ମାମଲା ଥିବା ଜେଏନୟୁ ଛାତ୍ର ଶରଜୀଲ ଇମାମକୁ ପୋଲିସ ଗିରଫ କରିଛି । ଗତକିଛି ଦିନ ତଳେ ଆସାମକୁ ଭାରତରୁ ଅଲଗା କରିବା ପାଇଁ ଉତ୍ତେଜନା ମୂଳକ ଭାଷଣ ଦେଇ ଥିଲେ ଶରଜୀଲ । ଏହାକୁ ନେଇ ଶରଜୀଲ ଇମାମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା । ଯେଉଁଥିରେ ସେ ଅଲିଗଡ ମୁସଲିମ ୟୁନିଭର୍ସିଟିର ମଞ୍ଚରୁ ପୂର୍ବୋତ୍ତର ରାଜ୍ୟ ଆସାମକୁ ଭାରତରୁ ଅଲଗା କରିବା କଥା କହିଥିଲେ । ଏହା ସହ ସେ କହିଥିଲେ ଯେ ମୁସଲମାନ ମାନେ ନିଜର ଶକ୍ତି ପ୍ରଦର୍ଶନ କରି ଭାରତ ସହ ଏକ ମାସ ଧରି ଆସାମର ସମ୍ପର୍କକୁ କାଟି ଦେବା ଦରକାର ।
JNU Student Sharjeel Imam has been arrested from Jahanabad,Bihar by Delhi Police. Imam had been booked for sedition by Police. More details awaited. pic.twitter.com/7zFmWFbWIf
— ANI (@ANI) January 28, 2020
ଏହି ଭଳି ବିବାଦୀୟ ଭାଷଣ ସେ ଶହୀନବାଗ ବିରୋଧ ପ୍ରଦର୍ଶନ ବେଳେ କହିଥିଲେ । ଶରଜୀଲ ଇମାମର ଏହି ଭାଷଣ ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ଶରଜୀଲ ଇମାମ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ । ପୋଲିସ ଶରଜୀଲ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥଲେ । ଦିଲ୍ଲୀ ପୋଲିସ ଶରଜୀଲକୁ ଧରିବା ପାଇଁ ୫ଟି ଟିମ ଗଠନ କରାଯାଇଛି ବୋଲି କହିଥିଲେ । ଏହି ଟିମ ମୁମ୍ବାଇ, ଦିଲ୍ଲୀ, ପଟନା ଆଦି ଯାଗା ମାନଙ୍କରେ ଚଢାଉ କରୁଥିଲା । ସୂଚନା ଅନୁସାରେ ଆଜି ଦିଲ୍ଲୀର କ୍ରାଇମ୍ ବ୍ରାଞ୍ଚ ପୋଲିସ ବିହାର ଜହାନାବାଦରୁ ଶରଜୀଲକୁ ଗିରଫ କରିଛି । ଏହା ପୂର୍ବରୁ ଶରଜୀଲ ଭାଇକୁ ମଧ୍ୟ ପୋଲିସ ହେପାଜତକୁ ନେଇଥିବାର ଜଣାପଡିଛି ।