ଜମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ଜମ୍ମୁକାଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ସଫଳତା । ସୋଫିଆନ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ । ସୁରକ୍ଷା କର୍ମୀଙ୍କ ଗୁଳିରେ ମୃତ ହୋଇଥିବା ଆତଙ୍କବାଦୀଙ୍କ ସଠିକ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ସେମାନେ କେଉଁ ସଂଗଠନର ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ଖୋଳତାଡ ଆରମ୍ଭ ହୋଇଛି । ସୂଚନାଅନୁସାରେ ଅନୱାରୀ ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ସୁରକ୍ଷାବଳଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ।
ଏନେଇ ସୁରକ୍ଷାକର୍ମୀ ମାନେ ଜଙ୍ଗଲେ ର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ବର୍ଷା କରିଥିଲେ । ଯାହାର ପାଲଟା ଯବାବ ଦେଇଥିଲେ ଯବାନ । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଆଜିର ସର୍ଚ୍ଚ ଅପରେସନକୁ ନେଇ ସୈନ୍ୟବାହୀନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସୁରକ୍ଷା କର୍ମୀଙ୍କ ମୁହଁ ତୋଡ ଜବାବରେ ୨ ଆତତାୟୀ ନିହତ ହୋଇଛନ୍ତି ।
ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ ହୋଇଛି । ଆତଙ୍କବାଦୀଙ୍କ ପରିଚୟ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଗତ ୮ ତାରିଖରେ ସୁରକ୍ଷା କର୍ମୀ ଜୈସ ଇ ମହମ୍ମଦର ଜଣେ ଆତଙ୍କବାଦୀକୁ ନିହତ କରିଥିଲେ । ସେହିଭଳି ଜୁନ ୭ ତାରିଖରେ ପୁଲୱାମା ଜିଲ୍ଲାରେ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ମାରି ଦେଇଥିଲେ ।