ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏଣିକି ଚାଇନିଜ ଇ-କମ୍ପାନୀ ଠାରୁ ଜିନିଷ ମଗାଇଲେ ଦେବାକୁ ପଡିବ ୫୦ ପ୍ରତିଶତ ଜିଏସଟି । ଏମିତି କି ଶୀମା ଶୁଳ୍କ ମଧ୍ୟ ଦେବାକୁ ପଡିପାରେ । ଇ- କର୍ମଶ ୱେବ ସାଇଟ ଜରିଆରେ ଅଲଗା ଦେଶର ଅବୈଧ ଭାରତ ପ୍ରବେଶରେ ଅଙ୍କୁଶ ଲଗାଇବା ପାଇଁ ବିଭାଗ ଚାଇନିଜ ଇ କମର୍ଶ କମ୍ପାନୀ ଠାରୁ କିଣା ଯାଉଥିବା ଉତ୍ପାଦ ଉପରେ ଆଇଜିଏସଟି ଏବଂ ସୀମା ଶୁଳ୍କ ଲଗାଇପାରେ ବୋଲି ଅନୁମାନ କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏହି ଅତିରିକ୍ତ ଟଙ୍କା ଚାଇନିଜ ୱେବସାିଟରୁ କିଣୁଥିବା ଗ୍ରାହକ ଦେବେ ବୋଲି ଜଣା ପଡିଛି । ପୂର୍ବ ଦିନ ମାନଙ୍କରେ ସୀମା ଶୁଳ୍କ ବିଭାଗ ଏମିତି କିଛି ଉତ୍ପାଦ ଜବତ କରିଥିବା ଜଣା ପଡିଛି । ଯାହା ଉପହାର ଭାବେ ଭାରତକୁ ଆସୁଛି । ଯାହାର ସିଧାସଳଖ ଫାଇଦା ଉଠାଉଛନ୍ତି ବିଦେଶୀ କମ୍ପାନୀ ମାନେ ।
ସୂଚନାଯୋଗ୍ୟ ଭାରତୀୟ ନିୟମ ଅନୁସାରେ ଯଦି କେହି ବ୍ୟକ୍ତି ୫୦୦୦ ଟଙ୍କା ଠାରୁ କମ ଟଙ୍କାର ଉପହାର ବିଦେଶରୁ ମଗାଉଛନ୍ତି ତ ଏତି ପାଇଁ କୌଣସି ସୀମା ଶୁଳ୍କ ଲାଗୁ ହୋଇ ନଥାଏ । ସୂଚନା ଅନୁସାରେ ଏହି ସୁବିଧାର ଲାଭ ଉଠାଉଛନ୍ତି । ସୀମା ଶୁଳ୍କ ଲାଗୁ ହେଉ ନଥିବାରୁ ସେମାନଙ୍କ ଉତ୍ପାଦକୁ ସହଜରେ ଭାରତକୁ ପଠାଇ ପାରୁଛନ୍ତି । ଅଲ୍ଲିବାବା, କ୍ଲବ ଫ୍ୟାକ୍ଟ୍ରି, ଅଲି ଏକ୍ସପ୍ରେସ ଏବଂ ସିନ ଭଳି ଚାଇନିଜ ଇ- କମର୍ଶ କମ୍ପାନୀ ଉପରେ ବିଭାଗର ନଜର ରହିଛି । ସରକାର ଯଦି ଏମିତି କିଛି ନୂଆ ନିୟମ ଆଣନ୍ତି ତେବେ ଏହିଭଳି କିଛି ଚାଇନିଜ କମ୍ପାନୀର ବ୍ୟବସାୟ ପ୍ରଭାବିତ ହେବ ।
ତେବେ ସରକାର ଏ ପର୍ଯ୍ୟନ୍ତ ମଧ୍ୟ ସ୍ଥିର କରି ନାହାନ୍ତି ମିଶ୍ରିତ ଟ୍ୟାକ୍ସ ଲଗାଇବେ ନାଁ ଉତ୍ପାଦ ଉପରେ ଲଗାଇବେ ତାହା ଏଯାବତ ସ୍ଥିର ହୋଇ ନାହିଁ । ତେବେ ଏହାକୁ ନେଇ ବିଶେଷଜ୍ଞଙ୍କ କହିବା କଥା ଉତ୍ପାଦ ଉପରେ ସମାନ ଟ୍ୟାକ୍ସ । ଲଗାଇବାରେ ସମସ୍ୟା ଉପୁଜି ପାରେ । ଧ୍ୟାନ ରଖିବାକୁ ପଡିବ ଏହା ଡବ୍ଲୁଟିଓର ଉଳ୍ଲଘଂନ କରୁଛି କି ନାଁ । ସୂତ୍ର ମୁତାବିକ ସରକାର ଏହି ଯୋଜନା ପ୍ରଚଳନ କରିବା ପାଇଁ ପେମେଣ୍ଟ ଗେଟୱେ କୁ ସାମିଲ କରିବାକୁ ଚାହୁଁଛନ୍ତି । ଏହା ହେଲେ ଗ୍ରାହକ ଯେତେବେଳେ ଏହାକୁ ଅନଲାଇନ ମାଧ୍ୟମରେ ଅର୍ଡର କରିବେ ତେବେ ଏହି ସମୟରେ ସୀମା ଶୁଳ୍କ ଲାଗୁ ହୋଇଯିବ ।