ୟୁପି( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ ଆମେଠି ଲୋକସଭା ପ୍ରାର୍ଥୀନି ସ୍ମୃତି ଇରାନୀ ଏଥର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ପରାସ୍ତ କରିଛନ୍ତି । ଗତ ୨୦୧୪ ମସିହାରେ ଉକ୍ତ ଆସନରେ ସ୍ମୃତି ହାରିଥିବା ବେଳେ ଏଥର ବାଜି ମାରି ନେଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିବା ସ୍ମୃତି ଏଠାରେ ଏକ ବଡ ଘୋଷଣା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ମୃତି ଇରାନୀ ଆମେଠିରେ ଘର ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି ଏମିତି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏଠାରୁ ସାସଂଦ ହୋଇ ଜିତିବା ପରେ ସେମାନେ ସବୁବେଳେ ଦିଲ୍ଲୀରେ ରହୁଛନ୍ତି । ଆମେଠି ବାସିନ୍ଦାଙ୍କର କୌଣସି କାମ ପଡିଲେ ତାଙ୍କୁ ପାଇବା ପାଇଁ ଦିଲ୍ଲୀରେ ବୁଲୁଛନ୍ତି । ସେ କହିଛନ୍ତି ଆମେଠି ବାସୀ ନାମ କୁ ବାଦ ଦେଇ ବିକାଶକୁ ନିଜର କରିଛନ୍ତି ।
ଜଣେ ପରିବାର ସଦସ୍ୟଙ୍କୁ ସୁଯୋଗ ଦେଇଛନ୍ତି । ଲୋକ ମାନଙ୍କ ସେବା କରିବି ବୋଲି ସେ କହିଛନ୍ତି । ଲୋକତନ୍ତ୍ର ନାଁ ଥିବା ଲୋକଙ୍କ ପାଇଁ ନୁହେଁ ଯାହାର ପ୍ରମାଣ ଆମେଠୀ ବାସୀ ଦେଇଛନ୍ତି । ଆମେଠିରେ ଚାରିଲକ୍ଷ ଲୋକ କଂଗ୍ରେସକୁ ଭୋଟ ଦେଇଛନ୍ତି ମାତ୍ର ମୁଁ ବିକାଶରେ କେବେ ହେଲେ ଭେଦ ଭାବ କରିବି ନାହିଁ । ଯେଉଁମ ଭୋଟ ଦେଇଛନ୍ତି ଏବଂ ଯିଏ ଦେଇ ନାହାଁନ୍ତି ସମସ୍ତଙ୍କ ସହିତ ସମାନ ଭାବନା ରଖି କାମ କରିବି ।