ଚେନ୍ନାଇ ( ଏଟିଆର ବ୍ୟୁରୋ): କଣ୍ଠ ଶିଳ୍ପୀ ଏସ.ପି. ବାଲା ସୁବ୍ରମଣ୍ୟମଙ୍କର ପରଲୋକ ହୋଇଛି । ଆଜି ୭୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଆଜି ଅପରାହ୍ନ ୧ ଟା ବେଳେ ତାଙ୍କର ଦେହାନ୍ତ ହୋଇଛି । ଗତ ୨୪ ଘଣ୍ଟା ହେଲା ତାଙ୍କ ଦେହ ଅଧିକ ବିଗିଡିଥିଲା । ଯେଉଁଥିପାଇଁ ତାଙ୍କୁ ଲାଇପ ସପୋର୍ଟରେ ରଖାଯାଇଥିଲା । ସୂଚନାଯୋଗ୍ୟ ସେ କରୋନା ରୋଗରେ ପୀଡିତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ସେ କରୋନା ପଜିଟିଭ ଥିବା ଜଣା ପଡିବା ପରେ ତାଙ୍କୁ ଗତ ୫ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଭିତରୁ ସେ କରୋନାରୁ ସୁସ୍ଥ ହୋଇଥିଲେ ମାତ୍ର ତାଙ୍କର ଫୁସଫୁସ ଜନିତ ସମସ୍ୟା ଥିବାରୁ ସେ ଗୁରୁତର ଅସୁସ୍ଥ ଥିଲେ । ସେ ୧୬ ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସେ ୬ ଟି ଜାତୀୟ ପୁରସ୍କାର ପାଇଥିଲେ । ସେ ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ।