ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ଜୁନ୍ ୧୦ ରୁ କମ୍ ହୋଇଯିବ ମଦ ଦାମ୍ । ପ୍ରକୃତରେ ମଦ ବିକ୍ରି ଉପରେ ଲଗାଯାଇଥିବା ସ୍ପେଶାଲ କରୋନା ଫି କୁ ଜୁନ୍ ୧୦ ରୁ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ହଟାଇ ଦେବେ । ଏହାପରେ କମ୍ ଦାମ୍ ରେ ମିଳିବ ମଦ । ମଦ ବିକ୍ରି ଉପରେ ୭୦ ପ୍ରତିଶତ ସ୍ପେଶାଲ କରୋନା ଫି କୁ ହଟାଇବାର ନିଷ୍ପତି ରବିବାର ଦିଲ୍ଲୀ ସରକାର ପକ୍ଷରୁ ନିଆଯାଇଛି । ମାତ୍ର ସମସ୍ତ ପ୍ରକାରର ମଦ ଉପରେ ଭ୍ୟାଟକୁ ୨୦ ପ୍ରତିଶତରୁ ବଢାଇ ୨୫ ପ୍ରତିଶତ କରିବାର ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟ, ଗତ ମାସରେ ଦିଲ୍ଲୀ ସରକାର ପକ୍ଷରୁ କରୋନା ଭାଇରସ ଲକ୍ ଡାଉନ ରେ ମଦ ଦୋକାନ ଖୋଲିବାର ନିଷ୍ପତି ନିଆଯାଇଥିଲା । ଏହି ଅବସରରେ ସରକାର ମଦ ବିକ୍ରି ଉପରେ ୭୦ ପ୍ରତିଶତ ସ୍ପେଶାଲ କରାନା ଫି ଲଗାଯାଇଥିଲା । ମଦର ଏମଆରପି ଉପରେ ଏହି ସ୍ପେଶାଲ କରୋନା ଫି ଲଗା ଯାଇଥିଲା ।