ମୁମ୍ବାଇ(ଏଟିଆର ବ୍ୟୁରୋ): ପଞ୍ଜାବ ନ୍ୟାସନାଲା ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ଠକେଇ ମାମଲାରେ ନିରବ ମୋଦି ଏବେ ଦେଶରୁ ଫେରାର ଅଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଠକେଇ ମାମଲାରେ ନିରବ ମୋଦି ଓ ଅନ୍ୟ ମାନଙ୍କୁ ପଳାତକ ଘୋଷଣା କରିବା ଲାଗି ସ୍ୱତନ୍ତ୍ର ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ କୋର୍ଟ ରେ ଅିଲ କରିଥିଲେ । ଶେଷରେ ପଳାତକ ଆର୍ଥିକ ଅପରାଧୀ ଭାବେ ନିରବ ମୋଦିଙ୍କୁ ଘୋଷିତ କରାଯାଇଛି । ଆଜି ସ୍ୱତନ୍ତ୍ର କୋର୍ଟ ନିରବଙ୍କୁ ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆଇନ ଅନୁସାରେ ପଳାତକ ଆର୍ଥିକ ଅପରାଧୀ ଭବେ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ ନିରବଙ୍କୁ ପଳାତକ ଭାବେ କୋର୍ଟ ଘୋଷଣା କରିଥିଲେ ମଧ୍ୟ ତାଙ୍କର ସମ୍ପତ୍ତି ଜବତ ନେଇ ଏପର୍ଯ୍ୟନ୍ତ କିଛି ନିଷ୍ପତି ହୋଇ ନାହିଁ । ପଞ୍ଜାବ ବ୍ୟାଙ୍କ ଟଙ୍କା ଠକେଇ ମାମଲାରେ ନିରବ ଓ ତାଙ୍କ ଦାଦା ମୋହୁଲ ଚୌକସୀ ମୁଖ୍ୟ ଅପରାଧୀ ଅଛନ୍ତି । ତେବେ ଠକେଇ ମାମଲା ଉପରୁ ପର୍ଦ୍ଦା ହଟିବା ପୂର୍ବରୁ ନିରବ ଓ ତାଙ୍କ ଦାଦା ଗତବର୍ଷ ଜନୁୟାରୀରେ ଦେଶରୁ ଫେରାର ହୋଇଯାଇଥିଲେ । ଆଜି ଜଷ୍ଟିସ ଭି.ସି ବର୍ଡେ ନିରବଙ୍କୁ ଏଫଇଓ ଘୋଷଣା କରିଛନ୍ତି ।