ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ମଧ୍ୟରେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଏବେ ୪ ଦିନିଆ ଭାରରତ ଗସ୍ତରେ ଆସିଛନ୍ତି । ଆଜି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ଏଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ଥିଲେ । ଦୁଇଦେଶ ମଧ୍ୟରେ ସଂମ୍ପର୍କ ସୁଦୃଢ କରିବା ପାଇଁ ମହିନ୍ଦା ଭାରତ ଗସ୍ତରେ ଆସିଛନ୍ତି ।
ତେବେ ଏହି ଆଲୋଚନା ମଧ୍ୟରେ ପ୍ରତିରକ୍ଷା ଓ ନିବେଶକୁ ନେଇ ଆଲୋଚନା ହୋଇଛି । ଏହି ଅବସରରେ ମହିନ୍ଦା ଦୁଇ ଦେଶ ପାଇଁ ଆତଙ୍କବାଦୀ ପ୍ରମୁଖ ସମସ୍ୟା। ଶ୍ରୀଲଙ୍କାର ଇଷ୍ଟରରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଘଟଣା ନିନ୍ଦନୀୟ ବୋଲି କହିଛନ୍ତି। ତେବେ ଏହି ଅବସରରେ ମୋଦି କହିଛନ୍ତି ଶ୍ରୀଲଙ୍କା ପୁଲିସ ଅଫିସର ମାନେ ଭାରତରେ ଥିବା ଆତଙ୍କବାଦୀ ବିରୋଧୀ ଟ୍ରେନିଂ ସଂସ୍ଥାରେ ସାମିଲ୍ ହୋଇଯାଇଛନ୍ତି। ଆମେ ମଧ୍ୟ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆଗକୁ ଦୃଢ ହେବ ।