ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ଦେଶକୁ କେନ୍ଦ୍ର ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି । ତେବେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନରେ କେନ୍ଦ୍ର ପକ୍ଷରୁ କିଛି ୍ରତି ଜରୁରୀ ବିଭାଗ ଯଥା କୃଷି ଭଳି ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ କେନ୍ଦ୍ର ସରକାର କୋହଳ କରିଥିଲେ । ମାତ୍ର ଏବେ ଦେଖିବାକୁ ମିଳୁଛି କିଛି ରାଜ୍ୟ ଏବେ ରାଜ୍ୟ ଭିତରେ ନିଜ ଅନୁଯାୟୀ ଲକ ଡାଉନକୁ କୋହଳ କରୁଛନ୍ତି । ଯାହା ଏବେ କେନ୍ଦ୍ର ବିରେଶଦ କରୁଛି । କେନ୍ଦ୍ର ସରକାର ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
କେନ୍ଦ୍ର କହିଛି ରାଜ୍ୟ ଲକ ଡାଉନ କଟକଣାକୁ ଅଧିକ କଟକଣା କରିପାରିବ ମାତ୍ର ଏହାକୁ କୋହଳ କରି ପାରିବ ନାର୍ହି । ରାଜ୍ୟ ଗୁଡିକ ଲକ ଡାଉନକୁ କୋହଳ କଲେ ଏହା ପରିସ୍ଥିିିକୁ ଅଧିକ ବିଗାଡି ଦେବ । ଏନେଇ କେନ୍ଦ୍ର ଗୃହ ସଚିବ ରାଜ୍ୟ ମାନଙ୍କ ସହିତ ଆଲୋକଚନା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କେନ୍ଦ୍ର ରିତମନ୍ତ ଦେଶ ବ୍ୟାପି ଲକ ଡାଉନକୁ ଯାଞ୍ଚ କରୁଛି । ବିପର୍ଯ୍ୟୟ ପରିଚାଳନା ଅଧିନରେ ଜରି ହୋଇଥିବା ନିର୍ଦେଶକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ପାଳନ କରିବାକୁ କେନ୍ଦ୍ର କହିଛି ।