ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ବେସରକାରୀ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର । ଏଣିକି ତାଙ୍କୁ ମିଳିବ ସର୍ବନିମ୍ନ ଦରମା । ଯଦି କେହି ଏଥିରୁ ବଞ୍ଚିତ ହୁଅନ୍ତି ତେବେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଯଦି କାମ କରାଉଥିବା ସସ୍ଥା ଏହାକୁ ନ ମାନେ ତେବେ ଏନେଇ ଅଭିଯୋଗ ଆସିଲେ ଅଭିଯୋଗର ଯାଞ୍ଚ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଅନୁସାରେ ଲୋକସଭାରେ ,ନେଇ ଆଲୋଚନା ହୋଇଛି । ଲୋକସଭାରେ ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କେନ୍ଦ୍ରସରକାର ୨୦୧୭ ମସିହାରେ ସର୍ବନିମ୍ନ ବେତନର ସଂଶଧନ କରି ଏହାକୁ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି ।
କେବଳ ସେତିକି ନୁହେଁ ଏ ନେଇ ସ୍ୱତନ୍ତ୍ର ନିୟମ ମଧ୍ୟ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି । ଯଦି ସରକାରଙ୍କ ଏହି ନିୟମକୁ କେହି ଅମାନ୍ୟ କରେ ଏନେଇ ଦଣ୍ଡ ବିଧାନ ମଧ୍ୟ ରହିଥିବା ସେ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ସର୍ବନିମ୍ନ ଦରମା ୧୮ ହଜାରରୁ ୨୪ ହଜାର ଟଙ୍କା କରାଯାଇଛି । ତେବେ ଯଦି କୌଣସି କମ୍ପାନୀ ଏହି ନିୟମକୁ ଉଳ୍ଲଘଂନ କରନ୍ତି ତାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି ।
Jitendra Kumar sahoo
Odisha ka nehin hua abhitak emergency 108 ambulance worker’s salary 9000 RS