ନାସିକ୍ (ଏଟିଆର ବ୍ୟୁରୋ): ମହାରାଷ୍ଟ୍ରର ନାସିକ୍ ରେ ବାୟୁସେନାର ଏକ ସୁଖୋଇ-୩୦ ବିମାନ କ୍ରାସ୍ ହୋଇଯାଇଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି, କିନ୍ତୁ ସେଥିରେ ଥିବା ଦୁଇଜଣ ପାଇଲଟ୍ ସୌଭାଗ୍ୟବସତଃ ବର୍ତ୍ତି ଯାଇଛନ୍ତି । ଏବଂ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନିୟ ହସ୍ପିଟାଲକୁ ପଠାଯାଇଛି ।
ମିଳିଥିବା ରିପୋର୍ଟ ମୁତାବକ, ଏହି ଯୁଦ୍ଧ ବିମାନଟି କୌଣସି ଯାନ୍ତ୍ରିକ ତୃଟି ଯୋଗୁଁ ଦୁର୍ଘଟଣା ଗସ୍ତ ହୋଇଛି ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହାର ସତ୍ୟତା ଯାଞ୍ଚ ହେଲା ପରେ ଜଣାପଡିବ । ଏହି ବିମାନଟି ଏକ ଗାଁର କ୍ଷେତ ମଝିରେ କ୍ରାସ୍ ହୋଇଛି । ସେହି ସମୟରେ କ୍ଷେତରେ କୌଣସି ବ୍ୟକ୍ତି ଉପସ୍ଥିତ ନଥିଲେ । ଯେଉଁଥି ପାଇଁ କାହାର କିଛି କ୍ଷତି ହୋଇ ନାହିଁ । ମାତ୍ର ବିମାନଟି କ୍ରାସ ହେବା ପରେ ତାର ଶଦ୍ଧ ଶୁଣି ପାଖ କ୍ଷେତରେ କାମ କରୁଥିବା ଲୋକ ଧାଇଁ ଆସିଥିଲେ । ଏବଂ ଦୁଇଜଣ ପାଇଲଟ୍ ଙ୍କୁ ଉଦ୍ଧାର କରି ସ୍ଥାନିୟ ହସ୍ପିଟାଲକୁ ନେଇଯାଇଥିଲେ ।