ଇସଲାମବାଦ (ଏଟିଆର ବ୍ୟୁରୋ): ଦେଶର ଜଣେ ପ୍ରଥମ ହିନ୍ଦୁ ମହିଳା ଯିଏ କି ପାକିସ୍ତାନର ସିଭିଲ୍ କୋର୍ଟରେ ଜଜ୍ ଭାବେ ନିଯୁକ୍ତି ପାଇଛନ୍ତି । ସିନ୍ଧ ପ୍ରାନ୍ତର କମ୍ବର ଶହଦାଦକୋଟରେ ରହୁଥିବା ସୁମନ କୁମାରୀ ନ୍ୟାୟିକା ଅଧିକାରୀ ପରୀକ୍ଷା ପାସ୍ ହେବା ପରେ ତାଙ୍କୁ ଏହି ଜଜ୍ ପଦରେ ନିଯୁକ୍ତି ଦିଆଯାଇଛି । ସିଭିଲ୍ ଜଜ୍ ର ନିଯୁକ୍ତି ପାଇଁ ଜାରି କରାଯାଇଥିବା ମେରିଟ୍ ଲିଷ୍ଟରେ ସୁମନ ୫୪ ନମ୍ବର ର୍ୟାଙ୍କ ହାସଲ କରିଛନ୍ତି । ତେ ତାଙ୍କର ଜିଲ୍ଲାରେ ସେବା ଯୋଗାଇବେ ।
ଗାଁ ଅଞ୍ଚଳରୁ ଆସିଥିବା ସୁମନଙ୍କୁ ଅନେକ କଷ୍ଟ ଏବଂ ପରୀକ୍ଷାର ସମ୍ନା କରିବାକୁ ପଡିଥିଲା । ଏହାସହିତ ସୁମନଙ୍କୁ ତାଙ୍କ ନିଜ ସମୁଦାୟର ଲୋକଙ୍କ ସାମ୍ନା ମଧ୍ୟ କରିବାକୁ ପଡିଥିଲା, କାରଣ ଝିଅମାନେ ବାହାରେ କାମ କରିବା ସେମାନଙ୍କର ପସନ୍ଦ ନଥିଲା । କିନ୍ତୁ ସୁମନଙ୍କୁ ତାଙ୍କ ପରିବାର ଲୋକେ ଖୁବ୍ ସହାୟକ ହୋଇଥିଲେ ।
ସୁମନ ହାଇଦ୍ରାବାଦରେ ଏଲଏଲବି ଏବଂ କରାଚିରେ ଲ ଡିଗ୍ରୀ ହାସଲ କରିଛନ୍ତି । ସୁମନଙ୍କ ପିତା ଜଣେ ଚକ୍ଷୁ ରୋଗ ବିଶେଷଜ୍ଞ ଏବଂ ତାଙ୍କ ବଡ ଭାଇ ଜଣେ ସଫ୍ଟୱେୟାର ଇଂଜିନିୟର । ତାଙ୍କ ଭଉଣୀ ଜଣେ ଚାଟାର୍ଡ ଆକାଉଣ୍ଟାଟ୍ । ସୁମନ କଣ୍ଠଶିଳ୍ପୀ ଲତାମଙ୍ଗେସକର ଏବଂ ଆତିଫ ଅସଲମଙ୍କ ବହୁତ ବଡ ପ୍ରଶଂସକ । ସୁମନ କରାଚୀର ମଶୁର ଅବସର ପ୍ରାପ୍ତ ଓକିଲଙ୍କ ସହ ମିଶି ଦୁଇ ବର୍ଷ କାଳ ପ୍ରାକ୍ଟିସରେ ଥିଲେ । ସୁମନ କମ୍ବଦ-ଶହଦାଦକୋଟରେ ଗରିବଙ୍କୁ ମାଗଣାରେ ଆଇନ୍ ସହାୟତା ଦେବାକୁ ଚାହାନ୍ତି ।
ପାକିସ୍ତାନରେ ହନ୍ଦୁ ସମୁଦାୟ ପୂର୍ବରୁ ଜଜ୍ ଭାବେ ଜଣା ଶୁଣା ଜଷ୍ଟିସ୍ ରଣା ଭଗବାନ ଦାସ ନିଯୁକ୍ତି ହୋଇଥିଲେ । ସେ ବର୍ଷ ୧୯୬୦ ରୁ ୧୯୬୮ ପର୍ଯ୍ୟନ୍ତ ପାକିସ୍ତାନର ମୁଖ୍ୟ ଜଷ୍ଟିସ୍ ଦାୟିତ୍ୱରେ ଥିଲେ । ଏହାବ୍ୟତିତ ସେ ୨୦୦୫ ରୁ ୨୦୦୭ ଯାଏଁ କାର୍ଯ୍ୟକାରୀ ମୁଖ୍ୟ ନ୍ୟାୟାଧିଶର କ।।ର୍ଯ୍ୟଭାର ତୁଲାଇଥିଲେ ।