ଲକ୍ଷେ୍ନø(ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦକୁ ନେଇ ଗତ କିଛି ଦିନ ତଳେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ପ୍ରଦେଶ ସରକାର ୫ ଏକର ଜିମ ଯୋଗାଇ ଦେଇଛନ୍ତି । ଗତକାଲି ୟୁପି ସୁନ୍ନି ସେଣ୍ଟ୍ରାଲ ବୋର୍ଡ ଏହି ଜମିକୁ ଅଧିଗ୍ରହଣ କରିଥିବାର ସୂଚନା ମିଳିଛି । ୟୁପି ସୁନ୍ନି ସେଣ୍ଟ୍ରାଲ ବୋର୍ଡର ଅଧ୍ୟକ୍ଷ ଜୁଫାର ଫାରୁକିଙ୍କ କହିବା ଅନୁସାରେ ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଆମକୁ ଜମି ଦେବାକୁ କହିଥିଲେ । ଏହି ଜମିରେ ଆମେ ମସଜିଦ ତିଆର କରିବାର ସମ୍ପୃର୍ଣ୍ଣ ଅଧିକାର ପାଇଛୁ । ହେଲେ ଏହାକୁ ଖାରଜ କରିବାର ଅଧିକାର ଆମ ପାଖରେ ନାହିଁ । ଆମେ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବୁ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଯୋଧ୍ୟା ଜିଲ୍ଲାର ଶୋହୱାଲ ତହସିଲ ଅନ୍ତର୍ଗତ ରାହୁନାହି ପୁଲିସ ଷ୍ଟେସନ ଅଧୀନରେ ଆମକୁ ୫ ଏକର ଜମି ଦିଆଯାଇଛି । ଯାହାକୁ ବୋର୍ଡ ଗ୍ରହଣ କରିଛି । ଏହି ଜମିରେ ଇସଲାମିକ କଲଚର ସେଣ୍ଟର ସହ ମସଜିଦ ଓ ସ୍କୁଲ, ହସ୍ପିଟାଲ ନିର୍ମାଣ କରିବା ପାଇଁ ଆମ ପାଖକୁ ଅନେକ ପ୍ରସ୍ତାବ ଆସିଛି । ଆସନ୍ତା ୨୪ ତାରିଖ ଦିନ ବୋର୍ଡ ତରଫରୁ ଏକ ବୈଠକ ବସିବ । ଏହି ବୈଠକରେ ଆମେ ପାଇଥିବା ଜମି ଉପରେ କଣ କରାଯିବ, କିଭଳି କରାଯିବ ସେନେଇ ଆଲୋଚନା କରାଯିବ । ଏହା ପରେ ଆମେ ଚୂଡାନ୍ତ ନିଷ୍ପତି ନେବୁ ବୋଲି ଫାରୁକି କହିଛନ୍ତି ।